ବ୍ୟବହାର ନିର୍ଦେଶାବଳୀ

PrintPrintEmail this PageEmail this Page

ପରିଚିତି

ଇଫଫଂକ ଟୋକିଓ ଏହି ୱେବସାଇଟ ଜନସାଧାରଣଙ୍କୁ ଯେଉଁମାନେ ଇଫଫଂକ ଟୋକିଓ ବିଷୟରେ ଏବଂ ଏହା ଉପଲବ୍ଧ କରାଉଥିବା ଉତ୍ପାଦ ଓ ପରିସେବା ବିଷୟରେ ତଥ୍ୟ ପାଇବାକୁ ଆଗ୍ରହୀ ସେମାନଙ୍କୁ ତଥ୍ୟ ପ୍ରଦାନ ଏବଂ ଆହୁରି ଭଲଭାବେ ଯୋଗାଯୋଗ କରିବା ପାଇଁ ପ୍ରସ୍ତୁତ କରିଛି ଏବଂ ରକ୍ଷଣାବେକ୍ଷଣ କରୁଛି | ଆପଣ ଏହିସବୁ ନୀତିନିୟମ ଓ ଶର୍ତାବଳୀକୁ ମାନିଲେ ଏହି ସାଇଟ ବ୍ୟବହାର କରିପାରନ୍ତି |

ନୀତିନିୟମ ଓ ଶର୍ତ୍ତାବଳୀରେ ଆପଣଙ୍କ ସ୍ୱୀକୃତି.
ଦୟାକରି କେଇ ମିନିଟ ସମୟ ଦେଇ ଯତ୍ନସହକାରେ ଏହିସବୁ ନୀତିନିୟମ ଓ ଶର୍ତ୍ତାବଳୀଗୁଡ଼ିକର ପର୍ଯ୍ୟାଲୋଚନା କରନ୍ତୁ | ଏହି ୱେବସାଇଟ ଦେଖିବା ଏବଂ ବ୍ୟବହାର କରିବା ଦ୍ୱାରା ଆପଣ ନୀତିନିୟମ ଓ ଶର୍ତ୍ତାବଳୀଗୁଡ଼ିକ ଅନୁସରଣ କରିବାକୁ ଏବଂ ଆବଦ୍ଧ ରହିବାକୁ ସମ୍ମତ ହେଉଛନ୍ତି | ଯଦି ଆପଣ ଏହିସବୁ ନୀତିନିୟମ ଓ ଶର୍ତ୍ତାବଳୀଗୁଡ଼ିକ ଅନୁସରଣ କରିବାକୁ ବା ଆବଦ୍ଧ ହେବାକୁ ସମ୍ମତ ନହୁଅନ୍ତି ତେବେ ଆପଣ ଏହି ୱେବସାଇଟର ଉପାଦାନଗୁଡ଼ିକ ଦେଖିବା, ବ୍ୟବହାର ବା ଡାଉନଲୋଡ କରିପାରନ୍ତି ନାହିଁ |

ଏହି ନୀତିନିୟମ ଓ ଶର୍ତାବଳୀରେ ବଦଳ ହୋ‍ଇପାରେ
ଇଫଫଂକ ଟୋକିଓ ଏହି ନୀତିନିୟମ ଓ ଶର୍ତ୍ତାବଳୀଗୁଡ଼ିକର କୌଣସି ପୂର୍ବ ବିଜ୍ଞପ୍ତି ଛଡ଼ା ଅଧୁନାତନ ଏବଂ ପରିବର୍ତ୍ତନ କରିବାର ଅଧିକାର ସଂରକ୍ଷଣ କରେ | ଏହିଧରଣର କୌଣସି ପରିବର୍ତ୍ତନ ପରେ ଆପଣଙ୍କର ଏହି ୱେବସାଇଟର ବ୍ୟବହାର ଆପଣଙ୍କୁ ପରିବର୍ତ୍ତିତ ହିସାବରେ ନୀତିନିୟମ ଓ ଶର୍ତ୍ତାବଳୀଗୁଡ଼ିକୁ ଅନୁସରଣ କରିବା ଏବଂ ଆବଦ୍ଧ ରହିବା ପାଇଁ ଚୁକ୍ତିର ଗଠନ କରେ | ଏହି କାରଣରୁ, ପ୍ରତ୍ୟେକ ଥର ଏହି ୱେବସାଇଟ ବ୍ୟବହାର କରିବା ସମୟରେ, ଆମେ ଆପଣଙ୍କୁ ଏହିସବୁ ନୀତିନିୟମ ଓ ଶର୍ତ୍ତାବଳୀଗୁଡ଼ିକୁ ପର୍ଟ୍ୟାଲୋଚନା କରିବା ପାଇଁ ଉତ୍ସାହିତ କରୁଛୁ | ଏହିସବୁ ନୀତିନିୟମ ଓ ଶର୍ତ୍ତାବଳୀଗୁଡ଼ିକ ଶେଷଥର 25 ସେପ୍ଟେମ୍ବର 2005 ରେ ସଂଶୋଧିତ ହୋ‍ଇଥିଲା |

କପିରାଇଟ ନୋଟିସ ଏବଂ ସିମିତ ଲାଇସେନ୍ସ
ଆପଣ ଏହି ସାଇଟରେ ଦେଖୁଥିବା, ଲକ୍ଷ୍ୟ କରୁଥିବା ବା ଶୁଣୁଥିବା ସବୁକିଛି("ବିଷୟବସ୍ତୁ") ସହିତ, ଉଦାହରଣସ୍ୱରୁପ ସମସ୍ତ ଲେଖା, ଡାଇରେକ୍ଟୋରିସ୍‌, ଫଟୋଗ୍ରାଫ, ଚିତ୍ରାବଳୀ, ଗ୍ରାଫିକ୍ସ, ଅଡିଓ କ୍ଲିପ, ଭିଡିଓ କ୍ଲିପ ଏବଂ ଅଡିଓ-ଭିଡିଓ କ୍ଲିପ ଗୁଡ଼ିକ ସହିତ ସବୁକିଛି, ଭାରତୀୟ ସର୍ବସତ୍ୱ ଆଇନ ଏବଂ ଆନ୍ତର୍ଜାତୀକ ସର୍ବସତ୍ୱ ଆଇନ ଏବଂ ଚୁକ୍ତି ବିଧାଣା ଅଧିନରେ ଅଟେ | ଆପଣ ଏହି ସାଇଟରେ ଦେଖୁଥିବା, ଲକ୍ଷ୍ୟ କରୁଥିବା ବା ଶୁଣୁଥିବା ସବୁକିଛି("ବିଷୟବସ୍ତୁ") ସହିତ, ଉଦାହରଣସ୍ୱରୁପ ସମସ୍ତ ଲେଖା, ଡାଇରେକ୍ଟୋରିସ୍‌, ଫଟୋଗ୍ରାଫ, ଚିତ୍ରାବଳୀ, ଗ୍ରାଫିକ୍ସ, ଅଡିଓ କ୍ଲିପ, ଭିଡିଓ କ୍ଲିପ ଏବଂ ଅଡିଓ-ଭିଡିଓ କ୍ଲିପ ଗୁଡ଼ିକ ସହିତ ସବୁକିଛି, ଭାରତୀୟ ସର୍ବସତ୍ୱ ଆଇନ ଏବଂ ଆନ୍ତର୍ଜାତୀକ ସର୍ବସତ୍ୱ ଆଇନ ଏବଂ ଚୁକ୍ତି ବିଧାଣା ଅଧିନରେ ଅଟେ | ଏହି ସାଇଟର ସମଗ୍ର ବିଷୟ ସାମଗ୍ରିକ କାର୍ଯ୍ୟ ହିସାବରେ ଭାରତୀୟ ଆଇନ ଏବଂ ପ୍ରଯୋଜ୍ୟ ଆନ୍ତର୍ଜାତିକ ସର୍ବସତ୍ୱ ଆଇନ ଏବଂ ଚୁକ୍ତି ଅନୁସାରେ ସର୍ବସତ୍ୱଯୁକ୍ତ ହୋ‍ଇଛି | ଇଫଫଂକ ଟୋକିଓ ବିଷୟବସ୍ତୁର ନିର୍ବାଚନ, ସମନ୍ୱୟ, ବ୍ୟବସ୍ଥାପନା ଓ ବିସ୍ତାର ସର୍ବସତ୍ୱ ଧାରଣ କରେ |

ଆପଣ ଏହି ସାଇଟର ବିଷୟବସ୍ତୁର ନିର୍ବାଚିତ ଅଂଶ ନକଲ କରନ୍ତି, ଡାଉନଲୋଡ, ସଂରକ୍ଷଣ ଏବଂ ମୂଦ୍ରଣ କରିପାରନ୍ତି, ଯଦି ଆପଣ:

କେବଳମାତ୍ରା ଆପଣଙ୍କ ବ୍ୟକ୍ତିଗତ, ଅଣବାଣିଜ୍ୟିକ ବ୍ୟବହାର ବା ଇଫଫଂକ ଟୋକିଓ ସହିତ ବ୍ୟବସାୟିକ ଲେଣଦେଣକୁ ତ୍ୱରାନ୍ୱିତ କରିବା ପାଇଁ ଆପଣ ବିଷୟବସ୍ତୁର ଡାଉନଲୋଡ କରନ୍ତି |

ଇଫଫଂକ ଟୋକିଓ ଠାରୁ ଲିଖିତ ସମ୍ମତି ପାଇନଥିଲେ ବିଷୟବସ୍ତୁର କୌଣସି ଅଂଶ ଅନ୍ୟ କୌଣସି ୱେବସାଇଟରେ ପ୍ରକାଶ ବା ପୋଷ୍ଟ ନକରନ୍ତି |

ଇଫଫଂକ ଟୋକିଓ ଠାରୁ ଲିଖିତ ସମ୍ମତି ପାଇନଥିଲେ ବିଷୟବସ୍ତୁର କୌଣସି ଅଂଶ ଅନ୍ୟ କୌଣସି ମିଡିୟାରେ ପ୍ରକାଶ ବା ସମ୍ପ୍ରଚାର ନକରନ୍ତି

କୌଣସି ବିଷୟବସ୍ତୁକୁ କୌଣସି ଭାବେ ପରିବର୍ତ୍ତନ ବା ବଦଳ କରିବେ ନାହିଁ ଡିଲିଟ ବା କୌଣସି ସର୍ବସତ୍ୱ ବା ଟ୍ରେଡମାର୍କ ବିଜ୍ଞପ୍ତିର ବା ଗୋପନୀୟତା ବିଜ୍ଞପ୍ତିର ବଦଳ କରିବେ ନାହିଁ

ଡାଉନଲୋଡ ହୋ‍ଇଥିବା ବିଷୟର କୌଣସି ଅଧିକାର, ଶିରୋନାମ ବା ଆଗ୍ରହ ଆପଣ ବିଷୟବସ୍ତୁକୁ ସାଇଟରୁ ଡାଉନଲୋଡ କରିଲା ପରେ ସ୍ଥାନାନ୍ତରିତ ହୁଏନାହିଁ | ଇଫଫଂକ ଟୋକିଓ ଆପଣ ୱେବସାଇଟରୁ ଡାଉନଲୋଡ କରିଥିବା ଯେକୌଣସି ବିଷୟବସ୍ତୁର ସମସ୍ତ ବୌଦ୍ଧିକ ସମ୍ପତ୍ତି ଅଧିକାର ସଂରକ୍ଷଣ ଏବଂ ବଜାୟ ରଖିଛି |

ସ୍ପଷ୍ଟଭାବେ ଉପରେ ଉଲ୍ଲେଖିତ ହୋ‍ଇଥିବା ବ୍ୟତିତ, ଆପଣ କପି, ଡାଉନଲୋଡ,ମୂଦ୍ରଣ, ପ୍ରକାଶ, ପ୍ରଦର୍ଶନ, ସଞ୍ଚାଳନ, ବିତରଣ, ପ୍ରେରଣ, ହସ୍ତାନ୍ତର, ଅନୁବାଦ, ସଂଶୋଧନ, ବଦଳ, ଯୁକ୍ତ କରିବା, ଅପ୍‍ଡେଟ, ସଂକଳନ, ସଂକ୍ଷେପରେ ବା ଅନ୍ୟ କୌଣସି ଭାବେ ରୁପାନ୍ତରଣ ବା ଖାପ ଖୁଆଇବା ପ୍ରଥମେ ଇଫଫଂକ ଟୋକିଓର ଲିଖିତ ପୂର୍ବ ଅନୁମତି ବିନା କରିପାରିବେ ନାହିଁ |

ଟ୍ରେଡମର୍କ ବିଜ୍ଞପ୍ତି
ଏହି ୱେବସାଇଟରେ ପ୍ରଦର୍ଶିତ ସମସ୍ତ ଟ୍ରେଡମାର୍କ, ସର୍ଭିସ ମର୍କ ଏବଂ ଲୋଗୋ ଗୁଡ଼ିକ("ଟ୍ରେଡମାର୍କଗୁଡ଼ିକ") ଇଫଫଂକ ଟୋକିଓ, ବା ତାହାର ଏକ ଅନୁମୋଦିତ, ବା ତୃତୀୟ ପକ୍ଷର ପଞ୍ଜିକୃତ ବା ପଞ୍ଜିକୃତ ହୋ‍ଇନଥିବା ଟ୍ରେଡମାର୍କ ଯେଉଁମାନେ ସେମାନଙ୍କ ଟ୍ରେଡମାର୍କ ଇଫଫଂକ ଟୋକିଓକୁ ଲାଇସେନ୍ସ ଦେଇଛନ୍ତି | ଏହି ନୀତିନିୟମ ଓ ଶର୍ତାବଳୀରେ ସ୍ପଷ୍ଟଭାବେ ବର୍ଣ୍ଣନା କରାଯାଇଥିବା ଛଡ଼ା, ପ୍ରଥମେ ଇଫଫଂକ ଟୋକିଓର ଲିଖିତ ପୂର୍ବ ଅନୁମତି ବିନା ଆପଣ କୌଣସି ଟ୍ରେଡମାର୍କର ପୂନର୍ଗଠନ, ପ୍ରଦର୍ଶନ ବା ବ୍ୟବହାର କରିପାରିବେ ନାହିଁ | ଆପଣ ଆମ ୱେବସାଇଟର କାର୍ଯ୍ୟକଳାପକୁ କୌଣସି ପ୍ରକାରରେ ପ୍ରଭାବିତ/ବିଘ୍ନିତ ନକରିବାକୁ ବା ପ୍ରଭାବିତ/ବିଘ୍ନିତ କରିବାର ଚେଷ୍ଟା ନ କରିବା ପାଇଁ ସମ୍ମତ ହେଉଛନ୍ତି |

ଅଯାଚିତ ଧାରଣା
ଇଫଫଂକ ଟୋକିଓ ଏହି ୱେବସାଇଟ ବିଷୟରେ ଆପଣଙ୍କ ପ୍ରତିକ୍ରିୟା ଏବଂ ମତାମତକୁ ସ୍ୱାଗତ କରୁଛି | ଇଫଫଂକ ଟୋକିଓକୁ ଏହି ୱେବ ସାଇଟ ମାଧ୍ୟମରେ ଦଖଲ କରାଯାଇଥିବା ପ୍ରତିକ୍ରିୟା, ଧାରଣା, ପ୍ରଶ୍ନ, ନକସା ସହିତ ଏବଂ ସେହି ଧରଣର ସମସ୍ତ ତଥ୍ୟ ଏବଂ ଉପାଦାନଗୁଡ଼ିକ ଗୋପନୀୟ ନୁହେଁ ଏବଂ ମାଲିକାନାଧୀନ ନୁହେଁ ହିସାବରେ ବିବେଚନା କରାଯିବ | ଏହି କାରଣରୁ, ଆମେ ଆପଣଙ୍କୁ ଏପରି କୌଣସି ତଥ୍ୟ ବା ଉପାଦାନ ପ୍ରେରଣ ନକରିବାକୁ ପରାମର୍ଶ ଦେବୁ ଯାହା ଆପଣ ଆମକୁ ଦେବାକୁ ଚାହିଁବେ ନାହିଁ, ଯେଉଁଥିରେ ଯେକୌଣସି ଗୋପନୀୟ ତଥ୍ୟ ବା କୌଣସି ଉତ୍ପାଦର ଧାରଣା, କମ୍ପ୍ୟୁଟର କୋଡ ବା ମୂଲ ଚାରୁକଳା ପରି ସୃଜନଶୀଳ ଉପାଦାନ ଅନ୍ତର୍ଭୁକ୍ତ ହୋ‍ଇପାରେ |

ୱେବସାଇଟ ମାଧ୍ୟମରେ ଇଫଫଂକ ଟୋକିଓକୁ ତଥ୍ୟ ବା ଉପାଦାନ ଦାଖଲ କରିବା ଦ୍ୱାରା, ଆପଣ ବିନାମୂଲ୍ୟରେ, ସମସ୍ତବିଶ୍ୱବ୍ୟାପି ଅଧିକାର, ଶିରୋନାମ ଏବଂ ଆପଣ ଦାଲ୍ହଲ କରିଥିବା ତଥ୍ୟ ଏବଂ ଉପାଦାନର ଆଗ୍ରହରେ ସର୍ବସତ୍ୱ ତଥା ଅନ୍ୟାନ୍ୟ ବୌଦ୍ଧିକ ସମ୍ପତ୍ତି ଅଧିକାର, ଆପଣ ଇଫଫଂକ ଟିକିଓକୁ ହସ୍ତାନ୍ତର କରୁଛନ୍ତି | ଇଫଫଂକ ଟୋକିଓ ଆପଣ ୱେବସାଇଟ ମାଧ୍ୟମରେ ଦାଖଲ କରିଥିବା ତଥ୍ୟ ବା ଉପାଦାନଗୁଡ଼ିକ ଯେକୌଣସି ଉଦ୍ଦେଶ୍ୟରେ, କୌଣସି ସୀମାବଦ୍ଧତା ଛଡ଼ା ଏବଂ ଆପଣଙ୍କୁ କୌଣସି ଭାବେ କ୍ଷତିପୂରଣ ପ୍ରଦାନ ବିନା ବ୍ୟବହାର କରିବାର ଅଧିକାର ପାଇବେ |

ବିଶ୍ୱବ୍ୟାପୀ ଉପଲବ୍ଧତା
ଯେହେତୁ ବିଶ୍ୱରେ ବିନ୍ନ ବିନ୍ନ ଦେଶର ଭିନ୍ନ ଭିନ୍ନ ଆଇନ ଏବଂ ନିୟନ୍ତ୍ରକ ପ୍ରୟୋଜନୀୟତା ରହିଛି, କିଛି ବୀମା ଉତ୍ପାଦର ଅନୁଶୀଳନ /ସେବା କିଛି ଦେଶରେ ଉପଲବ୍ଧ ହେଉଥିବା ବେଳେ ଅନ୍ୟ ଦେଶରେ ତାହା ମିଳିନପାରେ | ଏହି ସାଇଟରେ ଇଫଫଂକ ଟୋକିଓ ଉତ୍ପାଦଗୁଡ଼ିକର, କାର୍ଯ୍ୟକ୍ରମ ଏବଂ ସେବାର ଉଲ୍ଲେଖ ବା କ୍ରସ ରେଫରେନ୍ସ ରହିଛି, ଯାହା ଅନ୍ୟ ଦେଶରେ ଉପଲବ୍ଧ ନାହିଁ ବା ଘୋଷଣା କରାଯାଇନାହିଁ | ଏହି ଉଲ୍ଲେଖଗୁଡ଼ିକ ଏହା ଦର୍ଶାଏ ନାହିଁ ଯେ ଇଫଫଂକ ଟୋକିଓ ସେହି ଉତ୍ପାଦଗୁଡ଼ିକ, କାର୍ଯ୍ୟକ୍ରମ ବା ସେବା ଆପଣଙ୍କ ଦେଶରେ ଘୋଷଣା କରିବାକୁ ଇଚ୍ଛୁକ | ଯଦି ଆପଣଙ୍କର ସେହି ଉତ୍ପାଦ, କାର୍ଯ୍ୟକ୍ରମ ବା ସେବା ବିଷୟରେ କୌଣସି ପ୍ରଶ୍ନ ଥାଏ ଯାହା ହୁଏତ ଆପଣଙ୍କ ପାଇଁ ଉପଲବ୍ଧ ଥାଇପାରେ, ଇଫଫଂକ ଟୋକିଓକୁ ଯୋଗାଯୋଗ କରନ୍ତୁ |

ଦାୟଭାରର ସୀମାବଦ୍ଧତା
ଆପଣଙ୍କ ଦ୍ୱାରା ଏହି ୱେବସାଇଟ ବ୍ୟବହାର କରିବା ସମ୍ପୂର୍ଣ୍ଣ ନିଜ ଦାୟୀତ୍ୱରେ | କୌଣସି ବି ପରିସ୍ଥିତିରେ ଇଫଫଂକ ଟୋକିଓ, ଏହାର ସହଯୋଗୀ, ଉର୍ଦ୍ଧତନ ପରିଚାଳକ, କର୍ମକର୍ତ୍ତା, କର୍ମଚାରୀ ବା ଏଜେଣ୍ଟମାନେ ଏହି ୱେବସାଇଟ ବ୍ୟବହାର କରିବା ବା ବ୍ୟବହାର କରିବାରେ ଅକ୍ଷମତା ବା ଏହି ୱେବସାଇଟାରେ ଦିଆଯାଇଥିବା ତଥ୍ୟ ଉପରେ ନିର୍ରଶୀଳ ହେବା ଦ୍ୱାରା ଏହା ସହିତ ସମ୍ପର୍କୀତ କୌଣସି ପ୍ରତ୍ୟକ୍ଷ୍ୟ ବା ପରୋକ୍ଷ କ୍ଷତି ବା ହାନି ପାଇଁ ଦାୟୀ ରହିବେ ନାହିଁ | ଏହା ଏକ ବ୍ୟପକ ଦାୟଭାର ଜନିତ ସୀମାବଦ୍ଧତା, ଯେଉଁଠାରେ ଯେକୌଣସି ପ୍ରକାରର ସମସ୍ତ କ୍ଷତି ବା ହାନି ପାଇଁ, ତାହା ପ୍ରତ୍ୟକ୍ଷଭାବେ ବା ପରୋକ୍ଷଭାବେ, ସାଧାରଣ, ବିଶେଷ, ଆନୁଷଙ୍ଗିକ, ଅନୁମାନମୂଳକ, ଦୃଷ୍ଟାନ୍ତମୂଳକ ବା ଅନ୍ୟ କୌଣସି କାରଣରୁ ହେଉ, ତାହା ସୀମାବଦ୍ଧତା ସହିତ ତଥ୍ୟ, ରାଜସ୍ୱ ବା ଲାଭ ହ୍ରାସ ପାଇବା ପ୍ରତି ପ୍ରଯୋଜ୍ୟ | ଯଦି ଚୁକ୍ତି, ଅବହେଳା, ଅନ୍ୟାୟ, କଠୋର ଦାୟବଦ୍ଧତା ବା ଅନ୍ୟ କୌଣସି ଭିତ୍ତିରେ ତଥାକଥିତ ଦାୟବଦ୍ଧତା ହୁଏ, ଏବଂ ଯଦିଓ ଇଫଫଂକ ଟୋକିଓର ଅନୁମୋଦିତ ପ୍ରତିନିଧି ବା ସହଯୋଗୀଙ୍କୁ ପରାମର୍ଶ ଦିଆ ହେଲେ ମଧ୍ୟ ଯାହା ଏହି ଧରଣର କ୍ଷତି ବିଷୟରେ ଅବଗତ ହେବା ଉଚିତ, ଏହି ଦାୟଭାର ଜନିତ ସୀମାବଦ୍ଧତା ଲାଗୁ ହୁଏ |

କିଛି ରାଜ୍ୟ ଉପରେ ସ୍ଥିରକରାଯାଇଥିବା ଦାୟଭାର ଜନିତ ସୀମାବଦ୍ଧତାକୁଅ ନୁମୋଦନ କରେ ନାହିଁ, ତେଣୁ ଏହି ଦାୟଭାର ଜନିତ ସୀମାବଦ୍ଧତା ଆପଣଙ୍କ ପାଇଁ ଲାଗୁ ନହୋ‍ଇପାରେ | ଯଦି ଏହି ଦାୟଭାର ଜନିତ ସୀମାବଦ୍ଧତାର କୌଣସି ଅଂଶ କୌଣସି କାରଣ ବସତଃ ଅଯୋଗ୍ୟ ବା ଅଯୌକ୍ତିକ ବୋଲି ଜଣାପଡ଼େ, ତେବେ ଏହିପରି ପରିସ୍ଥିତିରେ ଇଫଫଂକ ଟୋକିଓ ଏବଂ/ବା ତାହାର ସହଯୋଗୀର ମୋଟ ଦାୟଭାର ଶହେ ଟଙ୍କା(RS.100) ମଧ୍ୟରେ ସୀମିତ ରହିବ ଏବଂ ତାହାକୁ ଅତିକ୍ରମ କରିବ ନାହିଁ |

ନିୟନ୍ତ୍ରକ ଆଇନ ଏବଂ ଏଖତିଆର
ଏହି ୱେବସାଇଟ ଇଫଫଂକ ଟୋକିଓ ଦ୍ୱାରା ଏହାର ଭାରତରେ ଥିବା ଅଫିସ ମାଧ୍ୟରେ ନିୟନ୍ତ୍ରିତ ଏବଂ ପରିଚାଳିତ ହୋ‍ଇଥାଏ | ଏହି ୱେବସାଇତ ବ୍ୟବହାର ସମ୍ପର୍କିତ, ଏବଂ ବ୍ୟବହାର ଜନିତ କୌଣସି ଦାବି ଭାରତୀୟ ଆଇନ ଅଧିନରେ ପରିଚାଳିତ ହୁଏ |

ସମଗ୍ର ଚୁକ୍ତି
ଏହି ଚୁକ୍ତିଟି ଆପଣଙ୍କ ଦ୍ୱାରା ଏହି ୱେବସାଇଟ ଦେଖିବା ଏବଂ/ବା ବ୍ୟବହାର କରିବା ବିଷୟରେ ଆପଣ ଏବଂ ଇଫଫଂକ ଟୋକିଓ ମଧ୍ୟରେ ସମ୍ଫୂର୍ଣ୍ଣ ଚୁକ୍ତି ଗଠନ କରେ |


Download Motor Policy

Feedback