ଗୋପନୀୟତା ନୀତି

PrintPrintEmail this PageEmail this Page

ଏହି ସାଇଟ୍‌ର ମାଲିକାନା ଏବଂ ପରିଚାଳନା ଇଫଫଂକ ଟୋକିଓ ଦ୍ୱାରା ହୁଏ | ଏହି ଗୋପନୀୟତା ବିବୃତି ଆମେ କେଉଁ ତଥ୍ୟ ସଂଗ୍ରହ କରୁ ଏବଂ କିପରି ତାହାର ବ୍ୟବହାର କରୁ ତାହା ଦୃଷ୍ଟିଗୋଚର କରାଏ |

ଏହି ଗୋପନୀୟତା ନୀତି ଇଫଫଂକ ଟୋକିଓର ୱେବସାଇଟ୍‌ itgi.co.in ମାଧ୍ୟମରେ ଡାଟା ସଂଗ୍ରହ ସହିତ ସଂପର୍କିତ ଇଫଫଂକ ଟୋକିଓର ନୀତିମାଳା ଏବଂ ଅଭ୍ୟାସଗୁଡ଼ିକୁ ବର୍ଣ୍ଣନା କରେ | ଏହି ଗୋପନୀୟତା ନୀତି ଇଫଫଂକ ଟୋକିଓର ଅଫ୍‌ଲାଇନ‍ ଡାଟା ସଂଗ୍ରହ ଅଭ୍ୟାସ ଠାରୁ ସ୍ୱାଧୀନ ଅଟେ | ଏହି "ଡାଟା" ରେ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଚିହ୍ନଟ କରିପାରୁଥିବା ତଥ୍ୟ ଯେପରିକି ଆପଣଙ୍କ ନାମ, ଜନ୍ମ ତାରିଖ, ଇମେଲ ଠିକଣା ବା ଯୋଗାଯୋଗ ଠିକଣା, ଏବଂ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ପରି ଅନ୍ୟ କୌଣସି ତଥ୍ୟ ଯାହା ଆପଣଙ୍କ ସହିତ ବ୍ୟକ୍ତିତ୍ୱ ସହିତ ଜଡ଼ିତ, ଏଥିରେ ଅନ୍ତର୍ଭୁକ୍ତ ରହିଛି |

ଏହି ନୀତିରେ ପରିବର୍ତ୍ତନର ବିଜ୍ଞପ୍ତି | ପରିଚାଳନା-ଇଫଫଂକ  ଇଫଫଂକ ଟୋକିଓ ତାହାର ବର୍ତ୍ତମାନର ବିଦ୍ୟମାନ ଉତ୍ପାଦ, ସେବା ଓ କାର୍ଯ୍ୟକ୍ରମ ଛଡ଼ା ମଧ୍ୟ, ଏହାର ୱେବସାଇଟକୁ କ୍ରମାଗତ ଉନ୍ନତ କରିବା ସହିତ ତାହାର କାର୍ଯ୍ୟକାରୀତା ଓ ବୈଶିଷ୍ଟଗୁଡ଼ିକ ଯୋଗ କରିଚାଲିଛି | ଏହି କ୍ରମାଗତ ବଦଳ, ନିୟମରେ ବଦଳ ଏବଂ ପ୍ରଯୁକ୍ତିର ପରିବର୍ତ୍ତନଶୀଳ ପ୍ରକୃତି କାରଣରୁ, ଇଫଫଂକ ଟୋକିଓର ଡାଟା ପ୍ରାକ୍ଟିସରେ ସମୟ ସମୟରେ ପରିବର୍ତ୍ତନ ହେବ | ଯଦିବି ଯେବେବି ଡାଟା ପ୍ରାକ୍ଟିସ୍‌ରେ କୌଣସି ପରିବର୍ତ୍ତନ ହୁଏ, ଇଫଫଂକ ଟୋକିଓ ପରିବର୍ତ୍ତନଗୁଡ଼ିକ ବିଷୟରେ ତାହାର ୱେବସାଇଟରେ ଆପଣଙ୍କୁ ଜଣାଇବ | ଆମେ ଆପଣଙ୍କୁ ଏହି ପୃଷ୍ଠାଟି ନିୟମିତ ପଢିବା ପାଇଁ ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ | ଏହି ନୀତି ଶେଷ ଥର 25 ସେପ୍ଟେମ୍ବର 2015 ତାରିଖରେ ଅପ୍‌ଡେଟ କରାଯାଇଥିଲା |

ବ୍ୟକ୍ତିଗତ ଡାଟା itgi.co.in ମାଧ୍ୟମରେ ସଂଗ୍ରହ କରାଯାଇଥିଲା | କୁଜିଜ ବ୍ୟତିତ, ତଳେ ବର୍ଣ୍ଣନା କରାଯାଇଥିବା ପରି, ଇଫଫଂକ ଟୋକିଓ ବର୍ତ୍ତମାନ ୱେବସାଇଟ ମାଧ୍ୟମରେ କେବଳ ସେହି ତଥ୍ୟଗୁଡ଼ିକ ସଂଗ୍ରହ କରେ ଯେଉଁଗୁଡ଼ିକ ଆପଣ ୱେବସାଇଟ ବ୍ୟବହାର କରିବା ସମୟରେ ସ୍ୱଇଚ୍ଛାରେ ଆମକୁ ପ୍ରଦାନ କରିଥାନ୍ତି |

ଉଦାହରଣ ସ୍ୱରୁପ, ଆପଣ ହୁଏତ ଇଫଫଂକ ଟୋକିଓ ସହିତ ପ୍ରଶ୍ନୋତ୍ତର ଏବଂ ମତାମତ ପାଇଁ ଏହି ସାଇଟ ବ୍ୟବହାର କରିପାରନ୍ତି | ଯେଟେବେଳେ ଆପଣ ୱେବସାଇଟରେ ଫର୍ମ ପୂରଣ କରୁଛନ୍ତି, ଆପଣ ହୁଏତ ଆପଣଙ୍କ ନାମ ଓ ଅନ୍ୟାନ୍ୟ ଯୋଗାଯୋଗର ତଥ୍ୟ ସହିତ ଆପଣଙ୍କ କମ୍ପାନୀ ନାମ, ଆପଣଙ୍କ ଏ-ମେଲ ଠିକଣା ଏବଂ ଆପଣଙ୍କ ପତ୍ର ପ୍ରେରଣ ଠିକଣା ଅଥବା ଆପଣଙ୍କ କମ୍ପାନୀର ପ୍ରତ୍ରପ୍ରେରଣ ଠିକଣା ବା ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିପାରନ୍ତି | ଯଦି ଆପଣ ଫର୍ମରେ ସମସ୍ତ ତଥ୍ୟ ପୂରଣ କରିବାକୁ ଚାହୁଁନାହାନ୍ତି ତେବେ ଆପଣଙ୍କୁ ତାହା କରିବାର ଆବଶ୍ୟକତା ନାହିଁ | ଅଧିକାଂଶ ପଞ୍ଜିକରଣ ଫର୍ମ କେବଳ ଆପଣଙ୍କ ନାମ, ଫୋନ ନଂ ଏବଂ ଇ-ମେଲ ଠିକଣା ଆବଶ୍ୟକ କରନ୍ତି | ଯେହେବେଳେ ଆପଣ itgi.co.in ମାଧ୍ୟମରେ ଆମପାଖକୁ ତଥ୍ୟ ଦାଖଲ କରୁଛନ୍ତି, ଆପଣ ଏକ ନିଶ୍ଚିତକରଣ ଇ-ମେଲ ଆପଣ ପ୍ରବେଶ କରିଥିବା ବୈଧ ଇ-ମେଲ ଠିକଣାରେ ପାଇବେ | ଯେତେଵେଳେ ଆପଣ ବୀମା ଉତ୍ପାଦ ସମ୍ପର୍କୀୟ ତଥ୍ୟ, ପଦ୍ଧତିଗୁଡ଼ିକ ବା ଇଫଫଂକ ଟୋକିଓ ବିଷୟରେ ଖୋଜିବା ପାଇଁ ୱେବସାଇଟଗୁଡ଼ିକ ବ୍ୟବହାର କରନ୍ତି, ଆପଣ ଆମକୁ କୌନସି ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରନ୍ତି ନାହିଁ | ଆମେ ଏହି ଖୋଜିବା ସୁବିଧାଟିକୁ ଆପଣଙ୍କୁ ଏବ ସେବା ଭାବେ ଦେଉଛୁ | ଆପଣ ଖୋଜିବା ବ୍ୟବସ୍ଥାଟି ବ୍ୟବହାର କରିବା ସମୟରେ ଇଫଫଂକ ଟୋକିଓ ଆପଣଙ୍କର କୌଣସି ଚିହ୍ନଁଟକାରୀ ତଥ୍ୟ ସଂଗ୍ରହ ବା ଧାରଣ କରେ ନାହିଁ |

itgi.co.in ମାଧ୍ୟମରେ ସଂଗୃହିତ ବ୍ୟକ୍ତିଗତ ଡାଟାର ବ୍ୟବହାର. ଇଫଫଂକ ଟୋକିଓ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ବା ସମସ୍ୟାର ସମାଧାନ ପାଇଁ ନ୍ୟକ୍ତିଗତ ଡାଟା ତଥ୍ୟର ବ୍ୟବହାର କରେ | ଇଫଫଂକ ଟୋକିଓ ଏବଂ ଆମର ସହଯୋଗୀମନେ ହୁଏତ ଆପଣଙ୍କୁ ଭବିଷ୍ୟତରେ ଯୋଗଯୋଗ କରିବା ପାଇଁ ଏବଂ ଆପଣଙ୍କୁ ଉତ୍ପାଦ ଓ ପରିସେବା ବିଷୟରେ କହିବା ପାଇଁ ଯାହା ଆମେ ମନେକରୁ ଆପଣ ଜାଣିବା ପାଇଁ ଆଗ୍ରହୀ ହେବେ, ଏଇ ତଥ୍ୟର ବ୍ୟବହାର କରିପାରନ୍ତି | ଯଦି ଆମେ ଏପରି କରୁ, ତେବେ ପ୍ରତ୍ୟେକ ଯୋଗାଯୋଗ ବାର୍ତ୍ତା ଯାହା ଆମେ ପଠାଉଛୁ ସେଥିରେ ଆପଣ ଚାହିଁଲେ ଭବିଷ୍ୟତରେ ବାର୍ତ୍ତା ପ୍ରାପ୍ତ ନକରିବା ପାଇଁ ’ଅପ୍ଟ-ଆଉଟ’ କରିବାର ନିର୍ଦେଶାବଳି ରହିବ |

ସେହିପରି ଭାବରେ, ଆମେ ’ସବ୍‌ସ୍କ୍ରିପ୍‍ଶନ’ ଇ-ମେଲ ସେବା, ସିଧାସଳଖ ବା ଅନୁମୋଦିତ ମାଧ୍ୟମ ଦ୍ୱାରା ପ୍ରଦାନ କରିପାରୁ, ଯାହା ଆପଣଙ୍କୁ ଇଫଫଂକ ଟୋକିଓ ବିଷୟରେ ସର୍ବଶେଷ ଖବର ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ସକ୍ଷମ କରିବ | ଏହିପରି ସମସ୍ତ ସେବାଗୁଡ଼ିକ ପାଇଁ, ସବ୍‌ସ୍କ୍ରିପ୍‍ଶନର ’ଅପ୍ଟ-ଆଉଟ ବା ବାତିଲ କରିବାର ସୁଯୋଗ ପ୍ରଦାନ କରିବୁ | ଦୟାକରି ଇଫଫଂକ ଟୋକିଓ ୱେବସାଇଟ ମାଧ୍ୟମରେ ଆମେ ପ୍ରାପ୍ତ କରୁଥିବା ଯୋଗାଯୋଗଗୁଡ଼ିକର ବ୍ୟବହାର ବିଷୟରେ ଅଧିକ ତଥ୍ୟ ପାଇଁ ନିୟମ ଓ ସର୍ତ୍ତାବଳୀ ଅଧିନରେ ଥିବା ’ଅଯାଚିତ ଧାରଣା’କୁ ଦେଖନ୍ତୁ |

itgi.co.in ମାଧ୍ୟମରେ ସଂଗୃହିତ ବେନାମି ଡାଟା. ଆପଣ ଆମ ୱେବସାଇଟ ବ୍ୟବହାର କରିବା ସମୟରେ ପ୍ରଦାନ କରିଥିବା ତଥ୍ୟ ବ୍ୟତିତ, ଇଫଫଂକ ଟୋକିଓ ଆମ ୱେବସାଇଟର ବ୍ୟବହାର ସମ୍ପର୍କରେ ବେନାମି ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରଯୁକ୍ତିର ବ୍ୟବହାର କରିପରେ | ଉଦାହରଣ ସ୍ୱରୁପ, ଆମେ କେତେଜଣ ଆମ ସାଇତ ପରିଦର୍ଶନ କରିଛନ୍ତି, ସେମାନଙ୍କ ପରିଦର୍ଶନର ତାରିଖ ଓ ସମୟ, ସେମାନେ ବିତେଇଥିବା ସମୟ ଏବଂ କେଉଁ ପୃଷ୍ଠାଗୁଡ଼ିକ ସେମାନେ ଦେଖିଛନ୍ତି ତାହା ଟ୍ରାକ କରିବା ପାଇଁ ପ୍ରଯୁକ୍ତିର ବ୍ୟବହାର କରିପାରୁ | ଆମେ ପ୍ରଯୁକ୍ତିର ବ୍ୟବହାର କେଉଁ ବ୍ରାଉଜର ବ୍ୟବହାର କରିଛନ୍ତି, କେଉଁ ଆଡ୍ରେସ‌ରୁ ଆମ ସାଇଟକୁ ଦେଖିଛନ୍ତି(ଉଦାହରଣ ସ୍ୱରୁପ, ଯଦି ସେମାନେ ଆମ ବ୍ୟାନର ବିଜ୍ଞାପନଗୁଡ଼ିକରେ କ୍ଲିକ୍‌ କରି ଆମ ଇଫଫଂକ ଟୋକିଓ ୱେବସାଇଟ ସହିତ ଯୋଡ଼ି ହୋ‍ଇଛନ୍ତି କି ନାହିଁ) ନିର୍ଧାରଣ କରିବା ପାଇଁ ବ୍ୟବହାର କରୁ |

ଆମେ ଗ୍ରହଣ କରିଥିବା ପ୍ରଯୁକ୍ତି ବ୍ୟକ୍ତିଗତ ଭାବେ ଆପଣଙ୍କୁ ଚିହ୍ନଟ କରେ ନାହିଁ | ଏହା କେବଳ ଆମ ଦର୍ଶକ ଏବଂ ସେମାନଙ୍କ ଦ୍ୱାରା ଆମ ସାଇଟ ବ୍ୟବହାର କରିବ ବିଷୟରେ ପରିସଂଖ୍ୟାୟନ ସଂଗ୍ରହ କରିବାକୁ ସକ୍ଷମ କରେ | ଇଫଫଂକ ଟୋକିଓ ଏବଂ ଆମ ସହଯୋଗୀମାନେ ଏହି ବେନାମି ଡାଟା ବ୍ୟବହାର କରନ୍ତି ଏବଂ ୱେବସାଇଟର ଉପାଦାନ ଓ କାର୍ଯ୍ୟକାରୀତା ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ, ଆମ ଗ୍ରାହକମାନଙ୍କୁ ଓ ବଜାରକୁ ଆହୁତି ଭଲଭାବେ ବୁଝିବା ପାଇଁ ଏବଂ ଆମ ଉତ୍ପାଦ ଓ ପରିସେବାକୁ ଉନ୍ନତ କରିବା ପାଇଁ ପୃତୀୟ ପକ୍ଶଃଆ ସହିତ ଭାଗ କରିଥାନ୍ତି|

କୁକିଜ. କୁକିଜ ଏକ ଛୋଟ ତାଥ୍ୟର ଖଣ୍ଡ ଯାହା ଆପଣଙ୍କ ବ୍ରାଉଜରକୁ ପ୍ରେରଣ କରାଯାଏ ଏବଂ ଆପଣଙ୍କ କମ୍ପ୍ୟୁଟରର ହାର୍ଡ ଡିସ୍କରେ ସଂରକ୍ଷିତ ହୋ‍ଇଥାଏ | କୁକିଜ ଆପଣଙ୍କ କମ୍ପ୍ୟୁଟରର କୌଣସି କ୍ଷତି କରେ ନାହିଁ ଏବଂ ସେଗୁଡ଼ିକ ବ୍ୟବହାରକାରୀର ପରିଚୟ ଖୋଜି ବାହାର କରିବାରେ ବ୍ୟବହାର କରାଯାଇ ପାରିବନାହିଁ | ଆପଣ ଯେତେବେଳେ କୁକିଜ ଗ୍ରହନ କରିବେ ତାହା ଜଣାଇବା ପାଇଁ ଆପଣଙ୍କ ବ୍ରାଉଜରକୁ ସେଟ କରିପାରିବେ | ଏହା ଆପଣଙ୍କୁ ଏହାକୁ ଗ୍ରହଣ କରିବାକୁ ଚହାଁନ୍ତି ବା ଚାହାଁନ୍ତି ନାହିଁ ଏବଂ ଆପଣଙ୍କୁ ନିର୍ଦିଷ୍ଟ ବିଷୟବସ୍ତୁକୁ ଦେଖିବା ପାଇଁ କୁକି ଗ୍ରହଣ କରିବା ପ୍ରୟୋଜନ କି ନୁହେଁ ତାହାର ସିଦ୍ଧାନ୍ତ ଗ୍ରହଣ କରିବାରେ ସକ୍ଷମ କରେ | ଇଫଫଂକ ଟୋକିଓ ଜଣେ ବ୍ୟବହାରକାରୀର ସେଶନ "ଅବିରତ" କରିବା ପାଇଁ କୁକିଜ ବ୍ୟବହାର କରିପାରେ - ଯାହା ହେଉଛି, ସେ ଆପ୍ଲିକେଶନ ମଧ୍ୟରେ ରହିଥିବା ବେଳେ ବା ୱେବପେଜ ମଧ୍ୟରେ ଥିବା ସମୟରେ ବ୍ୟବହାରକାରୀ ସହିତ ସଂଯୋଗ ବଜାୟ ରଖିବା | ଏହି ପ୍ରସଙ୍ଗରେ କୁକିଜର ଉଦ୍ଦେଶ୍ୟ ହେଉଛି ବ୍ୟବହାରକାରୀ କରିଥିବା ପ୍ରବେଶଟିକୁ ମନେ ରଖିବା | ଉଦାହରଣ ସ୍ୱରୁପ, ଏକ "ସପିଂ କାର୍ଟ" ଆପ୍ଲିକେଶନ ଯେପର୍ଯ୍ୟନ୍ତ ବ୍ୟବହାରକାରୀ ଚେକ୍‌ଆଉଟକୁ ନ ପହଞ୍ଚିଛନ୍ତି ୟାଙ୍କ କ୍ରୟଗୁଡ଼ିକ ରେକର୍ଡ କରୁଥାଏ | ବ୍ୟବହାରକାରୀ ଦଳକୁ ଚିହ୍ନଁଟ କରିବା ପାଇଁ ବ୍ୟକ୍ତିଗତକରଣ ବୈଶିଷ୍ଟରେ ମଧ୍ୟ କୁକିଜ ବ୍ୟବହାର କରାଯାଏ ଏବଂ ଉପଯୁକ୍ତ ଉପାଦାନ ଓ ସେବା ପ୍ରଦାନ କରାଯାଏ |

ଆପଣଙ୍କ ବ୍ୟକ୍ତିଗତ ତଥ୍ୟର ପ୍ରକାଶ. ଇଫଫଂକ ଟୋକିଓ ଆମ ୱେବସାଇଟ ମାଧ୍ୟମରେ ସଂଗ୍ରହ କରାଯାଇଥିବା କିଛି ବା ସମସ୍ତ ବ୍ୟକ୍ତିଗତ ତଥ୍ୟକୁ ଆମ ଅନୁମୋଦିତ ସହଯୋଗୀଙ୍କ ସହିତ ଭାଗ କରିପାରେ ଯେଉମାନେ ଏହି ଗୋପନୀୟତା ନୀତି ଅନୁସାରେ ତଥ୍ୟଗୁଡ଼ିକର ବ୍ୟବହାର କରିବେ | ଇଫଫଂକ ଟୋକିଓ ଓ ତାହାର ଅନୁମୋଦିତ ସହଯୋଗୀଗଣ ଏହାର ୱେବସାଇଟ ମାଧ୍ୟମରେ ସଂଗ୍ରହ କରାଯାଇଥିବା ବ୍ୟକ୍ତିଗତ ତଥ୍ୟକୁ ତୃତୀୟ-ପକ୍ଷ ଭେଣ୍ଡର ସହିତ ଭାଗ କରିପାରେ ଯେଉଁମାନେ ଇଫଫଂକ ଟୋକିଓ ଓ ତାହାର ଅନୁମୋଦିତ ସହଯୋଗୀଗଣ ତରଫରୁ ବା ପକ୍ଷରୁ କାର୍ଯ୍ୟ କରନ୍ତି( ଉଦାହରଣ ସ୍ୱରୁପ, କମ୍ପାନୀଗୁଡ଼ିକ ଯେଉମାନେ ଡାଟା ପ୍ରକ୍ରିୟାକରଣ ସେବା ସହିତ, ବା ଆମ ଉତ୍ପାଦ ଓ ସେବାକୁ ବିପଣନ କରିବାରେ ଆମକୁ ସାହାଯ୍ୟ କରିବା କ୍ଷେତ୍ରରେ ଆମକୁ ସହାୟତା ପରିସେବା ପ୍ରଦନ କରନ୍ତି) | ଏହି କମ୍ପାନୀଗୁଡ଼ିକର ତାଙ୍କ କାର୍ଯ୍ୟ ସଞ୍ଚାଳନ କରିବା ପାଇଁ ଆପଣଙ୍କ ସମ୍ପର୍କରେ ତଥ୍ୟର ପ୍ରୟୋଜନ ହୋ‍ଇପାରେ | ଏହି କମ୍ପାନୀଗୁଡ଼ିକ ଆମେ ସେମାନଙ୍କ ସହିତ ଭାଗ କରିଥିବା ତଥ୍ୟର ବ୍ୟବହାର ଅନ୍ୟ କୌଣସି ଉଦ୍ଦେଶ୍ୟରେ କରିବା ପାଇଁ ଅନୁମୋଦିତ ନୁହନ୍ତି | ଏହ ସହିତ, ଅନ୍ୟ କିଛି, ସିମିତ ପରିସ୍ଥିତି ଯେଉଁଥିରେ ଇଫଫଂକ ଟୋକିଓ ଓ ତାହାର ଅନୁମୋଦିତ ସହଯୋଗୀଗଣ ଆମ ଡାଟାବେସରେ ବ୍ୟକ୍ତିଗତ ତଥ୍ୟ ଭାଗ କରିପାରନ୍ତି ବା ସ୍ଥାନାନ୍ତରିତ କରିପାରନ୍ତି, ଉଦାହରଣ ସ୍ୱରୁପ, ଆଇନ ପ୍ରୟୋଜନ ମାନି ଚଳିବା ପାଇଁ, ନ୍ୟାୟ ବିଚାରର ପ୍ରୟୋଗ ପାଇଁ, ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ୱାର୍ଥ ରକ୍ଷା ପାଇଁ, ବା କର୍ପୋରେତ ବିକ୍ରୟ, ସଂଯୋଜନ, ପୁନର୍ଗଠନ, ବିଲୋପ ବା ସେନିପରି ଘଟଣା ପାଇଁ ହୋ‍ଇପାରେ |

ଯଦିଓ ଡାଟା ସ୍ଥାନାନ୍ତରଣରେ କୌଣସି ପଦ୍ଧତି ତୃତୀୟ ପକ୍ଷ ଦ୍ୱାରା ଆଇନବିରୁଦ୍ଧ ବ୍ୟବହାର ବା ଅନ୍ୟ ଅପବ୍ୟବହାର ନିଶ୍ଚିତ କରାଯାଇପାରିବ ନାହିଁ, ଇଫଫଂକ ଟିକିଓ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ କରିବା ପାଇଁ ଆମ କାର୍ଯ୍ୟ ପ୍ରଙ୍ଗଣରେ ଇଣ୍ଡଷ୍ଟ୍ରି-ଷ୍ଟାଣ୍ଡାର୍ଡ ଏନ୍‌କ୍ରିପ୍‍ଶନ ଏବଂ ଅଫଲାଇନ ନିରାପତ୍ତା ପଦ୍ଧତି ସହିତ ବାଣିଜ୍ୟିକ ଭାବେ ଯୁକ୍ତିସଙ୍ଗତ ପ୍ରଚେଷ୍ଟା ବ୍ୟବହାର କରେ |

ଇଫଫଂକ ଟିକିଓ ଜ୍ଞାତ ଭାବେ ତେର ବର୍ଷଠାରୁ କମ ଶିଶୁଙ୍କର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରେ ନାହିଁ | ଯଦି ଆପଣ ତେର ବର୍ଷରୁ କମ ହୁଅନ୍ତି, ଦୟାକରି କୌଣସି ବ୍ୟକ୍ତିଗତ ଡାଟା ଆମକୁ ଦିଅନ୍ତୁ ନାହିଁ | ଯଦି ଆପଣଙ୍କ ପାଖରେ ବିଶ୍ୱାସର କରଣ ରହିଛି ଯେ ଜଣେ ଶିଶୁ ଇଫଫଂକ ଟୋକିଓକୁ ତାର ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିଛି, ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ, ଆମେ ଆମ ଡାଟାବେସରୁ ସେହି ତଥ୍ୟକୁ ଡିଲିଟ କରିବାକୁ ଚେଷ୍ଟା କରିବୁ |

ଅମ୍ୟ ସାଇଟକୁ ଲିଙ୍କ. ଏହି ନୀତିମାଳା କେବଳ ଇଫଫଂକ ଟୋକିଓ ’ର ୱେବସାଇଟ ପାଇ~ମ ପ୍ରଯୁକ୍ୟ ଅଟେ | ଇଫଫଂକ ଟୋକିଓ ଓ ତାହାର ଅନୁମୋଦିତ ସହଯୋଗୀଗଣ, ଭିନ୍ନ ଉଦ୍ଦେଶ୍ୟରେ ଏବଂ ଅନ୍ୟ ଦେଶର ଅନ୍ୟ ବୀମା ୱେବସାଇଟ ଯେଉଁଠାରେ ଭିନ୍ନ ଆଇନ ପ୍ରଯୁଜ୍ୟ ହୋ‍ଇପାରେ | ଯଦି ଆପଣ ଇଫଫଂକ ଟୋକିଓ ୱେବସାଇଟ ପରିଦର୍ଶନ କରନ୍ତି, ଦୟାକରି କିଛି ସମୟ ବ୍ୟୟ କରି ସାଇଟରେ ପୋଷ୍ଟ କରାଯାଇଥିବା ଗୋପନୀୟତା ନୀତିର ପର୍ଯ୍ୟାଲୋଚନା କରନ୍ତୁ ଏବଂ କେଉ~ମ ବ୍ୟକ୍ତିଗତ ଡାଟା ସାଇଟ ମାଧ୍ୟମରେ ସଂଗ୍ରହ କରାଯାଇପାରେ ଏବଂ ସେଗୁଡ଼ିକ କିପରି ପ୍ରକ୍ରିୟାକରନ ହୁଏ ତାହା ଜାଣିନିଅନ୍ତୁ |

ଇଫଫଂକ ଟୋକିଓ ୱେବସାଇଟରେ ଅନ୍ୟ ୱେବସାଇଟର ହାଇପର-ଲିଙ୍କ ରହିଛି ଯେଉଁଗୁଡ଼ିକ ଇଫଫଂକ ଟୋକିଓ ବା ତାହାର ଅନୁମୋଦିତ ସହଯୋଗୀମାନଙ୍କ ଦ୍ୱରା ପରିଚାଳିତ ହୁଏ ନାହିଁ | ଏହି ହାଇପର-ଲିଙ୍କଗୁଡ଼ିକ କେବଳ ଆପଣଙ୍କ ଉଲ୍ଲେଖ ଓ ସୁବିଧା ପାଇଁ ପ୍ରଦାନ କରାଯାଇଛି ଏବଂ ଏହା ତୃତୀୟପକ୍ଷ ୱେବସାଇଟ ବା ସେମାନଙ୍କ ପରିଚାଳନା ସହିତ ସମ୍ପର୍କର କାର୍ଯ୍ୟକଳାପକୁ ଅନୁମୋଦନକୁ କରେ ନାହିଁ | ଇଫଫଂକ ଟୋକିଓ ଏହି ୱେବସାଇଟଗୁଡ଼ିକୁ ନିୟନ୍ତରଣ କରେ ନାହିଁ ଏବଂ ସେମାନଙ୍କ ଡାଟା ପ୍ରାକ୍ଟିସ୍‌ ପାଇଁ ଦାୟୀ ନୁହେଁ | ଆମେ ଆପଣଙ୍କୁ ଏହି ୱେବସାଇଟଗୁଡ଼ିକରେ ପରିଦର୍ଶନ କରିବା ସମୟରେ ବା ଆପଣଙ୍କ ବିଷୟରେ କୌଣସି ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବା ପୂର୍ବରୁ ପୋଷ୍ଟ କରାଯାଇଥିବା ଗୋପନୀୟତା ନୀତିର ପର୍ଯ୍ୟାଲୋଚନା କରିବାକୁ ଅନୁରୋଧ କରିବୁ |

ଆନୁଶାସିତ ଆଇନ. ଏହି ଗୋପନୀୟତା ନୀତି ଆମ ୱେବସାଇଟର ଶର୍ତାବଳୀ ଏବଂ ନୀତିନିୟମର ଏକ ଅଂଶ ଅଟେ ଏବଂ ତାହା ଭାରତୀୟ ଆଇନ ବିଧାନ ଅନୁଯାୟୀ ଶାସିତ ଏବଂ ଗଠିତ ହୋ‍ଇଛି |

ଆମ ଗୋପନୀୟତା ନୀତି ବିଷୟରେ ପ୍ରଶ୍ନ. ଯଦି ଏହି ଗୋପନୀୟତା ନୀତି ବା ଇଫଫଂକ ଟୋକିଓ ଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ଡାଟାର ପ୍ରକ୍ରିୟାକରଣ ବିଷୟରେ କୌଣସି ପ୍ରଶ୍ନ ଥାଏ, ଦୟାକରି ଆମ ସହିତ ଯୋଗାୟୋଗ କରନ୍ତୁ |


Download Motor Policy

Feedback