Claims

PrintPrintEmail this PageEmail this Page

ବ୍ୟକ୍ତିଗତ ଦୁର୍ଘଟଣା ଦାବି

  • ବୀମାକର୍ତ୍ତାଙ୍କୁ ତତ୍କାଳ ସୂଚନା
  • ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ, ସମୁଦାୟ ପୁଞି ବୀମାକର୍ତ୍ତାଙ୍କ କାନୁନି ଉତ୍ତରାଧିକାରୀ/ ନାମାଙ୍କିତ ବ୍ୟକ୍ତିଙ୍କୁ ମିଳିବ| ଯଦି ବୀମାକର୍ତ୍ତା ନାମାଂକିତ ବ୍ୟକ୍ତିର ନାମ ଦେବାରେ ବିଫଳ ହୁଅନ୍ତି, ତେବେ କାନୁନି କୋର୍ଟ ରୁ ଉତ୍ତରାଧିକାରି ପ୍ରମାଣ ପତ୍ର୍ର୍ର୍ର୍ର ଆବଶ୍ୟକତା ପଡିବ|

ଅନ୍ୟ ଦାବି ଘଟଣାରେ, ବୀମାକର୍ତ୍ତା କୌଣସି ବିଶେଷଗ୍ୟଂ ଦ୍ୱାରା ବୀମାକୃତ ଜାଂଚ କରିପାରିବେ କିମ୍ବା ଆବଶ୍ୟକ ରୂପରେ ଚିକିତ୍ସା ବୋର୍ଡକୁ ଘଟଣା ର ଉଲ୍ଲେଖ କରିପାରିବେ, ଯାହାର ମୂଲ୍ୟ ବୀମା କୋମ୍ପାନି ଦ୍ୱାରା ବହନ କରାଯିବ|

ଅଗ୍ନି/ଆଇଏଆର ପଲିସି ଅନ୍ତର୍ଗତ ଦାବି|

  • ପ୍ରଥମତଃ ବୀମା ଧାରି ହାନିକୁ କମ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବେ|
  • ଅଗ୍ନି ନିରୋଧ କୁ ତତ୍କାଳ ସୂଚନା ଦେବା ଆବଶ୍ୟକ|
  • ଦଂଗା କରୁଥିବା ଭିଡ,ହରତାଳ କାର୍ଯ୍ୟକର୍ତ୍ତା,ତୃତ୍ତୀୟ ପକ୍ଷ ଦ୍ୱାରା ଦୁର୍ଭାବନା ପୂର୍ଣ୍ଣ ହାନି କିମ୍ବା ଆତଙ୍କବାଦି କାର୍ଯ୍ୟକଳାପ ମାମଲାରେ ଲାଗିଥିବା ଅଗ୍ନି ବିଷୟରେ ପୋଲିସରେ ଅଭିଯୋଗ କରନ୍ତୁ|
  • ବୀମାକର୍ତ୍ତାଙ୍କୁ ଯେତେ ଶୀଘ୍ର ସମ୍ଭବ ସୂଚନା ଦିଅନ୍ତୁ, କୌଣସି ବି ଘଟଣାରେ 24 ଘଣ୍ଟା ପରେ ନୁହେଁ|
  • ବୀମାକର୍ତ୍ତାଙ୍କ ଦ୍ୱାରା ନିଯୁକ୍ତ ସର୍ବେକ୍ଷକ କୁ ଜରୁରୀ ସୂଚନା ଦେଇ ସହଯୋଗ କରନ୍ତୁ|
  • ଚକ୍ରବାତ,ବନ୍ୟା ଏବଂ ବନ୍ୟା କାରଣରୁ ହୋଇଥିବା ହାନି ଘଟଣା ରେ ଏକ ପାଣିପାଗ ସମ୍ବନ୍ଧିତ ଏକ ରିପୋର୍ଟ ପ୍ରାପ୍ତ କରନ୍ତୁ|
  •  ଯଦି ପଲିସି "ପୁନଃସ୍ଥାପନ ଆଧାରରେ" ଅଛି ତେବେ କ୍ଷତିଗ୍ରସ୍ତ ବସ୍ତୁର ମରାମତି ଏବଂ ପ୍ରତିସ୍ଥାପନ ହେବାପରେ ଏବଂ ଦାବି ଦେୟ ର ବିଲ ଜମା କଲାପରେ ଦାବିର ହିସାବ ହେବ|

ଡକାୟତି ଦାବି/ ଅର୍ଥ ବୀମା/ନିଷ୍ଠା

  • ତତ୍କାଳ ପୋଲିସ କୁ ସୂଚିତ କରନ୍ତୁ ଏବଂ ତାଙ୍କ ଠାରୁ ଏକ ନନ୍‍ ଟ୍ରେସେବଲ (ଟ୍ରେସ ହୋଇ ନପାରୁଥିବା)(ଏନଟିସି) ପ୍ରମାଣ ପତ୍ର(ସାର୍ଟିଫିକେଟ) ପ୍ରାପ୍ତ କରନ୍ତୁ|
  • ବୀମାକର୍ତ୍ତାଙ୍କୁ ଯେତେ ଶୀଘ୍ର ସମ୍ଭବ ସୂଚନା ଦିଅନ୍ତୁ|
  • ଉଚିତ ମୂଲ୍ୟର ଏକ ସ୍ଟାମ୍ପ ପେପର ରେ ଉପକ୍ରମ ର ଏକ ପତ୍ର ଉପରେ ବୀମା କର୍ତ୍ତା ଜୋର ଦେବେ- ଚୋରି ହୋଇଥିବା ସମ୍ପତ୍ତି ଉଦ୍ଧାର ହେବା ପରେ ଦାବି ରାଶି ଫେରସ୍ତ,ପ୍ରତିସ୍ଥାପନ ପତ୍ର|
  • ପୋଲିସ ଙ୍କ ଠାରୁ ଏକ ଅନ୍ତିମ ରିପୋର୍ଟ ପ୍ରାପ୍ତ କରନ୍ତୁ|
  • ବୀମାକୃତ ବ୍ୟକ୍ତିଙ୍କୁ ଘଟଣା ଦିନର ହାନିର ପୃ୍ଷ୍ଟି କରୁଥିବା ଖାତା ଏବଂ ବିଲ ର ପୂର୍ଣ୍ଣ ପୁସ୍ତକ ସର୍ବେକ୍ଷକ ଙ୍କୁ ପ୍ରଦାନ କରିବାକୁ ପଡିବ|

ମେସିନାରି ଭଂଗା ରୁଜା

  • ବୀମାକର୍ତ୍ତାଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ
  • ନିରିକ୍ଷଣ ର ବ୍ୟବସ୍ଥା ପାଇଁ ବୀମା କମ୍ପାନି ମାନଙ୍କ ସହିତ ଦାବିର ସୂଚନା ଏବଂ ମରାମତି ର ଆନୁମାନିକ ମୂଲ୍ୟ ଜମା କରିବା ଆବଶ୍ୟକ |
  • ଆଂଶିକ ହାନି କ୍ଷେତ୍ରରେ, କିଛିବି ମୂଲ୍ୟ ହ୍ରାସ ନିଆଯିବ ନାହିଁ, କିନ୍ତୁ ଯେବେ ଆଇଟମ ନିଜର ବର୍ତ୍ତମାନର ପ୍ରତିସ୍ଥାପନ ମୂଲ୍ୟ ର ବୀମା କୃତ ହୋଇ ନାହିଁ ତେବେ ତାକୁ ବୀମା ଅଧିନ ରୂପରେ ମାନା ଯାଏ ଏବଂ ଦାବି ରାଶି ଆନୁପାତିକ ରୂପରେ କମ ହୋଇଯାଏ| ମୂଲ୍ୟହ୍ରାସ କେବଳ ସମୁଦାୟ ହାନି ଦାବି ଉପରେ ଲାଗୁ ହୋଇଥାଏ|
  • ଯଦି କିଛି ଉପକରଣ ଆଂଶିକ ରୂପରେ କ୍ଷତିଗ୍ରସ୍ଥ ହୋଇ ଯାଇଛି, ତେବେ ତାକୁ ବ୍ୟବହାର କରିବା ପୂର୍ବରୁ (ବୀମା କୋମ୍ପାନି ର ଅନୁମୋଦନରେ) ମରାମତି କରାଯିବା ଉଚିତ, ଅନ୍ୟଥା ଆଗକୁ ଅଧିକ ହାନି କଭର ହେବନାହିଁ|

ଇଲେକ୍‍ଟ୍ରୋନିକ ଉପକରଣ

  • ବୀମାକର୍ତ୍ତାଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ|
  • ନିରିକ୍ଷଣ ର ବ୍ୟବସ୍ଥା ପାଇଁ ବୀମା କମ୍ପାନି ମାନଙ୍କ ସହିତ ଦାବିର ସୂଚନା ଏବଂ ମରାମତି ର ଆନୁମାନିକ ମୂଲ୍ୟ ଜମା କରିବା ଆବଶ୍ୟକ |
  • ଆଂଶିକ ହାନି କ୍ଷେତ୍ରରେ, ବଦଳାଯାଇଥିବା ଭାଗ ସମ୍ବନ୍ଧିତ ମୂଲ୍ୟ ହ୍ରାସ ପାଇଁ କିଛିବି କଟା ଯିବ ନାହିଁ , କିନ୍ତୁ କୌଣସି ବଂଚିଥିବା ଜିନିଷ କୁ ଧ୍ୟାନ ଦିଆଯିବ|
  • ଯଦି କିଛି ଉପକରଣ ଆଂଶିକ ରୂପରେ କ୍ଷତିଗ୍ରସ୍ଥ ହୋଇ ଯାଇଛି, ତେବେ ତାକୁ ବ୍ୟବହାର କରିବା ପୂର୍ବରୁ (ବୀମା କୋମ୍ପାନି ର ଅନୁମୋଦନରେ) ମରାମତି କରାଯିବା ଉଚିତ, ଅନ୍ୟଥା ଆଗକୁ ଅଧିକ ହାନି କଭର ହେବନାହିଁ|

ପାରବହନ ରେ ଘରୋଇ ଜିନିଷ

  • ଯଦି ପରିବହନରେ କିଛି କ୍ଷତି ର ଆଶଂକା ଥାଏ ତେବେ ବାହକ ଉପରେ ଖୋଲା ଡେଲିଭେରି ପାଇଁ ଜୋର ଦେବା ଉଚିତ ଏବଂ ତାଙ୍କର ପ୍ରମାଣ ପତ୍ର ପ୍ରାପ୍ତ କରାଯିବା ଉଚିତ|
  • ପରିବହନରେ ହାନି/ କ୍ଷତି ଘଟଣା ରେ, ପୂନଃ ପ୍ରାପ୍ତି ଅଧିକାର ର ରକ୍ଷା ପାଇଁ ସମୟ ସୀମା ମଧ୍ୟରେ ବାହକଙ୍କ ସହିତ ଏକ ମୌଦ୍ରିକ ଦାବି ଦର୍ଜ କରାଯିବା ଉଚିତ, ଜାହା ବିନା ଦାବି ଗ୍ରହଣ କରାଯିବ ନାହିଁ|

ସାମୁଦ୍ରିକ ପରିବହନ କ୍ଷତି

  • ମୂଳ ଚାଳାନ ଏବଂ ପ୍ୟାକିଂ ସୂଚି- ଯଦି ଚାଳାନ ର ଭାଗ ବନଉଛନ୍ତି|
  • ଯଦି ପରିବହନରେ କିଛି କ୍ଷତି ର ଆଶଂକା ଥାଏ ତେବେ ବାହକ ଉପରେ ଖୋଲା ଡେଲିଭେରି ପାଇଁ ଜୋର ଦେବା ଉଚିତ ଏବଂ ତାଙ୍କର ପ୍ରମାଣ ପତ୍ର ପ୍ରାପ୍ତ କରାଯିବା ଉଚିତ|
  • ମୂଳ ଲରି ରସିଦ (LR)/ଭାର ଲଦାଣ ର(BL)- ପରିବହନ ରେ ନଷ୍ଟ/କ୍ଷତିଗ୍ରସ୍ଥ ମାତ୍ରା ପାଇଁ ଟିପ୍ପଣୀ ସହିତ ଯୋଗ୍ୟ|
  • ପଲିସି ଘୋଷଣା ମାମଲାରେ- ମାଲ କୁ ଘୋଷିତ କରାଯିବା ଆବଶ୍ୟକ ଏବଂ ଶେଷ ରାଶି ସୀମା ମଧ୍ୟରେ ବୀମା ରାଶି ହେବା ଆବଶ୍ୟକ|
  • ପରିବହନରେ ହାନି/ କ୍ଷତି ଘଟଣା ରେ, ପୂନଃ ପ୍ରାପ୍ତି ଅଧିକାର ର ରକ୍ଷା ପାଇଁ ସମୟ ସୀମା ମଧ୍ୟରେ ବାହକଙ୍କ ସହିତ ଏକ ମୌଦ୍ରିକ ଦାବି ଦର୍ଜ କରାଯିବା ଉଚିତ|
  • ବାହକଙ୍କ ଠାରୁ ହାନି/କମି ର ପ୍ରମାଣ ପତ୍ର|
  • ହାନି/କ୍ଷତି ର ପ୍ରକୃତି,କାରଣ ଏବଂ ସୀମାର ନିର୍ଦ୍ଧାରଣ କରିବା ପାଇଁ ଏକ ସର୍ବେକ୍ଷକ(ବୀମାକର୍ତ୍ତା ଙ୍କ ସହମତି ରେ) ନିଯୁକ୍ତ କରାଯିବା ଆବଶ୍ୟକ|

Download Motor Policy

Feedback