Print
Email this Page
ଅନ୍ଲାଇନରେ ବାଣିଜ୍ୟିକ ମୋଟରଯାନ ବୀମା କିଣନ୍ତୁ
IFFCO Tokioର ବାଣିଜ୍ୟିକ ମୋଟରଯାନ ବୀମା ଏଭଳି ଏକ ବୀମା ପଲିସି ଯାହା ବ୍ୟକ୍ତିଗତ ଏବଂ ତୃତୀୟ ପକ୍ଷ ଦାୟିତ୍ବ ସହିତ ଆପଣଙ୍କ ବାଣିଜ୍ୟିକ ଯାନକୁ ବିଭିନ୍ନ ପ୍ରକାରର ବାହ୍ୟ କ୍ଷୟକ୍ଷତିରୁ କଭର ପ୍ରଦାନ କରେ । ଏହା ଆପଣଙ୍କ ଯାନ ବ୍ୟବହାରରୁ ହୋଇଥିବା ତୃତୀୟ ପକ୍ଷଙ୍କ ମୃତ୍ୟୁ, ଆଘାତ କିମ୍ବା ସଂପତ୍ତି ନଷ୍ଟ ପରବର୍ତ୍ତୀ କୌଣସି ଆଇନଗତ ଦାୟିତ୍ବର କଭରେଜ୍ ପ୍ରଦାନ କରେ । .
ଆପଣଙ୍କ ବ୍ୟବସାୟକୁ ସୁଗମ ଭାବେ ଚଳାଇବା ପାଇଁ ବାଣିଜ୍ୟିକ ମୋଟରଯାନ ବୀମା ଆବଶ୍ୟକ । ଆପଣ ଗୋଟିଏ ଭ୍ୟାନ୍ ଥିବା ଛୋଟ କମ୍ପାନିର ମାଲିକ ହୁଅନ୍ତୁ ବା ବହୁତଗୁଡ଼ିଏ ବାଣିଜ୍ୟିକ ଯାନ ଚଳାଉଥିବା କମ୍ପାନିର ମାଲିକ, ବାଣିଜ୍ୟିକ ମୋଟର ଯାନ ବୀମା ଉଭୟ ଅନିବାର୍ଯ୍ୟ ଏବଂ ଉପଯୋଗୀ ।
ଆପଣ ଆପଣଙ୍କ ବ୍ୟବସାୟ ପାଇଁ ନିୟମିତ ଗାଡ଼ି ଚାଲିବା ଦରକାର କରୁଥିଲେ ଆପଣଙ୍କ ପାଇଁ ଉପଯୋଗୀ ମୂଲ୍ୟରେ ସଠିକ୍ ସ୍ତରର ବାଣିଜ୍ୟିକ ମୋଟରଯାନ ବୀମା, ଯେମିତି କି ବସ୍ ବୀମା, ଟ୍ୟାକ୍ସି ବୀମା କିମ୍ବା ଟ୍ରକ୍ ବୀମା କରିବା ଗୁରୁତ୍ବପୂର୍ଣ୍ଣ ।.
IFFCO Tokio ବାଣିଜ୍ୟିକ ମୋଟରଯାନ ବୀମା
IFFCO Tokio ବାଣିଜ୍ୟିକ ମୋଟରଯାନ ବୀମା ପଲିସି ବଳରେ ଆପଣ ସଂପୂର୍ଣ୍ଣ ବାଣିଜ୍ୟିକ ଅଟୋ ବୀମା ପାଆନ୍ତି ଯାହା କି କେବଳ ତୃତୀୟ ପକ୍ଷ ଦାୟିତ୍ବ ଏବଂ ସଂପତ୍ତି କ୍ଷୟକ୍ଷତିକୁ କଭର କରେ ନାହିଁ, ବରଂ ଦୁର୍ଘଟଣାଜନିତ ଗାଡ଼ିର କ୍ଷୟକ୍ଷତି ସହିତ ଆପଣଙ୍କୁ ଦୁର୍ଘଟଣାଜନତି ଶାରୀରିକ ଆଘାତ ଏବଂ ମୃତ୍ୟୁରୁ ମଧ୍ୟ ସୁରକ୍ଷା ପ୍ରଦାନ କରେ ।.
IFFCO Tokio ବାଣିଜ୍ୟିକ ମୋଟରଯାନ ବୀମା ଏକ ବିସ୍ତୃତ ବର୍ଗର ବାଣିଜ୍ୟିକ ଯାନ ପାଇଁ ବୀମା ପଲିସି ପ୍ରଦାନ କରେ ଯେମିତି କି ବସ୍, ଟ୍ୟାକ୍ସି, ଟ୍ରାକ୍ଟର, କ୍ରେନ୍ ଏବଂ ବିଭିନ୍ନ ପ୍ରକାର ମାଲବାହୀ ଏବଂ ଯାତ୍ରୀବାହୀ ଯାନବାହନ ।ଆପଣ ଆପଣଙ୍କ ଗାଡ଼ିକୁ ବିଶେଷ ବାଣିଜ୍ୟିକ ବୀମା ପଲିସି ଦ୍ବାରା ବୀମାଭୁକ୍ତ କରାଇ ପାରନ୍ତି ଯେମିତି କି ବାଣିଜ୍ୟିକ କାର୍ ବୀମା, ବସ୍ ବୀମା, ଟ୍ୟାକ୍ସି ବୀମା ଏବଂ ଟ୍ରକ୍ ବୀମା ।.
Our commercial vehicle insurance plans do not only provide insurance coverage for the commercial vehicle, but also cover third-party liability. In addition to this, the plan also covers any financial losses due to accidental damage or theft of your vehicle.