ଦେୟ ଦାବି

PrintPrintEmail this PageEmail this Page

ପ୍ରସ୍ତାବ ଫର୍ମରେ ବୀମାକାରୀ ପ୍ରଦାନ କରିଥିବା ତଥ୍ୟ ଭିତ୍ତିରେ ସମସ୍ତ ବୀମା ଚୁକ୍ତି ହୋଇଥାଏ । ପ୍ରସ୍ତାବ ଫର୍ମ ହି ବୀମା ସମ୍ବନ୍ଧୀୟ ଚୁକ୍ତିର ଭିତ୍ତି ଗଠନ କରେ । 

ଦେୟ ଦାବି ପ୍ରକ୍ରିୟାରେ ଆପଣଙ୍କ ସହାୟତା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

  • କ୍ଷୟକ୍ଷତି ସଂପର୍କରେ ତୁରନ୍ତ ବୀମାକାରୀଙ୍କୁ ସୂଚନା ଦିଆଯିବ ।
  • ଦେୟ ଦାବି ସଂପର୍କିତ ସୂଚନା ପାଇବା ପରେ ବୀମାକାରୀ ଆପଣଙ୍କ ପାଖକୁ ଏକ ଦାବି ଫର୍ମ ପଠାଇବେ ।
  • ପୂରଣ ହୋଇଥିବା ଦାବି ଫର୍ମ ସହିତ କ୍ଷୟକ୍ଷତିର ଏକ ଆକଳନ ବୀମାକାରୀଙ୍କ ନିକଟରେ ଦାଖଲ କରନ୍ତୁ । ଆକଳନରେ ଭିନ୍ନ ଭିନ୍ନ ସାମଗ୍ରୀର ପୃଥକ ପୃଥକ ମୂଲ୍ୟ ଦର୍ଶାଇ ଦାଖଲ କରିବା ଭଲ ।
  • କ୍ଷୟକ୍ଷତି ସଂପର୍କରେ ଆକଳନ ପାଇଁ ବୀମାକାରୀ କ୍ଷତିଗ୍ରସ୍ତ ସାମଗ୍ରୀର ନିରୀକ୍ଷଣ ବ୍ୟବସ୍ଥା କରିବେ । ବଡ଼ ଧରଣର କ୍ଷୟକ୍ଷତି ହୋଇଥିଲେ ଜଣେ ଲାଇସେନ୍‌ସପ୍ରାପ୍ତ ବିଶେଷଜ୍ଞ ସର୍ଭେୟରଙ୍କୁ ନିୟୋଜିତ କରାଯିବ ।
  • କ୍ଷୟକ୍ଷତିର ପରିମାଣକୁ ପ୍ରମାଣିତ କରିବା ପାଇଁ ବୀମାକାରୀ ଆବଶ୍ୟକ କାଗଜପତ୍ର ପ୍ରଦାନ କରିବେ ।
  • କ୍ଷୟକ୍ଷତିର କାରଣ ସ୍ଥାପିତ ହୋଇ ନ ପାରିବା କ୍ଷେତ୍ରରେ ବୀମାଭୁକ୍ତ ବିପତ୍ତି ଯୋଗୁଁ ହିଁ କ୍ଷୟକ୍ଷତି ହୋଇଥିବା କଥା ବୀମାଧାରୀଙ୍କୁ ପ୍ରମାଣିତ କରିବାକୁ ହେବ ।
  • ଦାବି ପରିମାଣ ନେଇ ବୀମାଧାରୀ ଏବଂ ବୀମାକାରୀ ରାଜି ହେବା ପରେ ହିଁ ଦାବି ନିରୂପିତ ହୋଇଯିବ ।
  • ପଲିସିର ସର୍ତ୍ତାବଳୀରେ ଉଲ୍ଲେଖ ପରିମାଣଠାରୁ ଅଧିକ ହେଲେ ଦେୟଯୋଗ୍ୟ ଦାବିରୁ ଏହା କାଟି ଦିଆଯିବ ।

ପଲିସିଗୁଡ଼ିକର ବିଭିନ୍ନତା ଦୃଷ୍ଟିରୁ, ଭିନ୍ନ ଭିନ୍ନ ପଲିସିରେ କେତେକ ବିଶେଷତା ରହିଥିବାରୁ ଉପରୋକ୍ତ ବିଷୟ ସହିତ ନିମ୍ନରେ କେତେକ ଅତିରିକ୍ତ ବିଷୟର ତାଲିକା ଦିଆଗଲା । (ଦୟାକରି ଜାଣି ରଖନ୍ତୁ ଯେ ଉପର ବର୍ଣ୍ଣିତ କାଗଜପତ୍ର କେବଳ ସାଂକେତିକ ଏବଂ ଦେୟଦାବିର ପାରିପାର୍ଶ୍ବିକ ସ୍ଥିତି ଭିତ୍ତିରେ ବୀମାକାରୀ ଅଧିକ କାଗଜପତ୍ର ପାଇଁ ଅନୁରୋଧ କରିପାରନ୍ତି)

ମୋଟର ଯାନ (ବ୍ୟକ୍କ୍ତିଗତ ଏବଂ ଦୁଇ ଚକିଆ ଯାନ) ଦେୟଦାବି

ମୋଟର ପଲିସି ଅନ୍ତର୍ଗତ ଦେୟଦାବି

  • ତୃତୀୟ ପକ୍ଷଙ୍କ ସଂପୃକ୍ତି ଥିବା କୌଣସି ଦୁର୍ଘଟଣା ସଂପର୍କରେ (ଦେୟଦାବି ସମ୍ମିଳିତ ହେବା ଜରୁରୀ ନୁହେଁ) ବୀମାକାରୀଙ୍କୁ ସୂଚନା ଦିଆଯିବା ଉଚିତ ।
  • କ୍ଷତିପୂରଣ ଦେବାକୁ ଆଇନଗତ ଭାବେ ବାଧ୍ୟ କି ନୁହନ୍ତି ତାହା ନିରୂପଣ ନ କରି ହୁଏତ ବୀମାକାରୀ କ୍ଷତିପୂରଣ ଦେବାକୁ ଆଗ୍ରହ ପ୍ରକାଶ କରିପାରନ୍ତି ତେଣୁ ଏହା ପଲିସିର ଏକ ଜରୁରୀ ସର୍ତ୍ତ ଯେ ବୀମାକାରୀଙ୍କ ଅନୁମୋଦନ ବିନା କୌଣସି ଦାବି ଗ୍ରହଣ କରାଯିବ ନାହିଁ କି କୌଣସି ସମାଧାନ ହୋଇପାରିବ ନାହିଁ ।
  • ବଡ଼ ଧରଣର ଦେୟଦାବି କ୍ଷେତ୍ରରେ ବୀମାକାରୀ ହୁଏତ ଡ୍ରାଇଭରଙ୍କ ବିରୋଧରେ ଆପରାଧିକ ମାମଲା ମଧ୍ୟ ପରିଚାଳନା କରିବାକୁ ଇଚ୍ଛା କରିପାରନ୍ତି ଯାହାକୁ ଭିତ୍ତି କରି ଦେୱାନୀ କୋର୍ଟରେ ହିଁ କ୍ଷତିପୂରଣ ଦାବି ସ୍ଥିର କରାଯିବ ।
  • ତୃତୀୟ ପକ୍ଷଙ୍କ ସଂପୃକ୍ତି ଥିବା ସମସ୍ତ ଦୁର୍ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେବା ଆବଶ୍ୟକ । ମୋଟର ଯାନ ଆଇନ ଅନୁସାରେ ଜଣେ ତୃତୀୟ ପକ୍ଷ ପୀଡ଼ିତ ପ୍ରତ୍ୟକ୍ଷ ଭାବେ ବୀମାକାରୀଙ୍କୁ ବିରୋଧରେ ମାମଲା କରିପାରନ୍ତି । ଯଦି କୁହାଯାଇଥିବା ଦୁର୍ଘଟଣା ସଂପର୍କରେ ବୀମାକାରୀଙ୍କୁ ସୂଚନା ଦିଆଯାଇ ନ ଥିବେ ତେବେ ବୀମାକାରୀ ଏହାକୁ ପଲିସି ସର୍ତ୍ତର ଉଲ୍ଲଂଘନ ରୂପେ ବିଚାର କରିପାରିବେ । ଏଭଳି କ୍ଷେତ୍ରରେ ଯଦିଓ କୌଣସି ଅଦାଲତଙ୍କ ନିର୍ଦ୍ଦେଶରେ ବୀମାକାରୀଙ୍କୁ କ୍ଷତିପୂରଣ ଦେବାକୁ ପଡ଼େ, ତଥାପି ପଲିସିର ନିର୍ଦ୍ଦିଷ୍ଟ ସର୍ତ୍ତ ଉଲ୍ଳଂଘନ ହୋଇଥିବାରୁ ବୀମାକାରୀ ଏ ବାବଦ ରାଶିକୁ ଦେୟଦାବିରୁ ଆଦାୟ କରିବାର ଏକ ବିକଳ୍ପ ରହିଛି ।

       Procedure
ଦୁର୍ଘଟଣା କ୍ଷେତ୍ରରେ ନେବାକୁ ଥିବା ପଦକ୍ଷେପ

  • ଦୁର୍ଘଟଣା ସଂପର୍କରେ IFFCO-Tokio ସାଧାରଣ ବୀମା କମ୍ପାନୀର ଟୋଲ୍‌ ଫ୍ରି ନମ୍ବର 1800 103 5499କୁ ସୂଚନା ଦେବାକୁ ହେବ ।
  • ଯଦି ବଡ଼ ଧରଣର କ୍ଷତି ହୋଇଥାଏ ତେବେ ଦୁର୍ଘଟଣା ସ୍ଥଳରୁ ମୋଟରଯାନ ହଟାଇବା ପୂର୍ବରୁ ହିଁ ସୂଚନା ଦେବାକୁ ହେବ ଯାହା ଦ୍ବାରା ବୀମାକାରୀ କ୍ଷୟକ୍ଷତି ସ୍ଥଳ ନିରୀକ୍ଷଣ ପାଇଁ ବ୍ୟବସ୍ଥା କରିବେ ।
  • ଏହା ପରେ ମରାମତି ବାବଦ ଖର୍ଚ୍ଚ ଅଟକଳ ପାଇଁ ମୋଟର ଯାନକୁ ଏକ ୱାର୍କସପ୍‌କୁ, ଗ୍ରହଣୀୟତା ଦୃଷ୍ଟିରୁ ଅଧୂକୃତ ୱାର୍କସପ୍‌କୁ ନିଆଯିବ ।
  • ପୂରଣ କରାଯାଇଥିବା ଫର୍ମ ଏବଂ ମରାମତି ଖର୍ଚ୍ଚ ଅଟକଳ ପାଇବା ପରେ ବୀମାକାରୀ ଏକ ବିସ୍ତୃତ ନିରୀକ୍ଷଣ ବ୍ୟବସ୍ଥା କରିବେ ଏବଂ କ୍ଷୟକ୍ଷତି ଏବଂ ମରାମତି ଖର୍ଚ୍ଚ ସ୍ଥିର କରାଯିବ ।
  • ବୀମାକାରୀ ଏହା ଯାଞ୍ଚ କରି ଦେଖିବେ ଯେ ଦୁର୍ଘଟଣା ସମୟରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କର ବୈଧ ଲାଇସେନ୍‌ସ ରହିଛି ଏବଂ ବୀମାକାରୀଙ୍କ ରେକର୍ଡରେ ଥିବା ଯାନ ହିଁ ଦୁର୍ଘଟଣାଗ୍ରସ୍ତ ଯାନ । ଏହାର ପ୍ରମାଣ ପାଇଁ ସେମାନେ ପଞ୍ଜୀକରଣ ପ୍ରମାଣପତ୍ର (Registration Certificate) ଏବଂ ଦୁର୍ଘଚଣା ସମୟରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍‌ସ ଯାଞ୍ଚ କରିବେ ।
  • ଉପରୋକ୍ତ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ମରାମତି କାମ କରିବା ପାଇଁ ମରାମତିକାରୀଙ୍କୁ ଅଧିକାର ଦିଆଯିବ । ବୀମାକାରୀ ହୁଏତ ସିଧାସଳଖ ଗ୍ୟାରେଜକୁ ମରାମତି ବିଲ୍‌ ବାବଦ ଦେୟ ପ୍ରଦାନ କରିପାରିବେ କିମ୍ବା ବୀମାଭୁକ୍ତଙ୍କ ଖର୍ଚ୍ଚ ବାବଦକୁ ପଇଠ କରିପାରିବେ ।

ନିଜ ପକ୍ଷରୁ କ୍ଷୟକ୍ଷତି ଦାବି କ୍ଷେତ୍ରରେ କ'ଣ କରିବେ ?

  • In ଦୁର୍ଘଟଣା କ୍ଷେତ୍ରରେ ଯଦି କେହି ଆହତ ହୋଇଥାଆନ୍ତି ତେବେ ଦୟାକରି ତାଙ୍କର ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା କରନ୍ତୁ । ଯଦି କୌଣସି ଅନ୍ୟ ଯାନ/ବ୍ୟକ୍ତି ସଂପୃକ୍ତ ସେ ସଂପର୍କରେ ବିବରଣୀ ସଂଗ୍ରହ କରିନିଅନ୍ତୁ । ଦୟାକରି ଦୁର୍ଘଟଣା ପାଇଁ କୌଣସି ଅବହେଳାକୁ ସ୍ବୀକାର କରିନିଅନ୍ତୁ ନାହିଁ ଏବଂ ଯଦି ହୁଏ, କ୍ଷତିପୂରଣ ସଂପର୍କରେ କୌଣସି ପ୍ରତିଶ୍ରୁତି ଦିଅନ୍ତୁ ନାହିଁ ।
  • କୌଣସି ଆଘାତ, ମୃତ୍ୟୁ, ତୃତୀୟ ପକ୍ଷ ସଂପତ୍ତି ନଷ୍ଟ, ସିନ୍ଧିଚୋରି, ଚୋରି, ତାଲା ଭାଙ୍ଗି ଚୋରି ଏବଂ ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ କାର୍ଯ୍ୟକଳାପ, ଧର୍ମଘଟ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ କ୍ଷେତ୍ରରେ ସଂପୃକ୍ତ ପୋଲିସ ଥାନାକୁ ତୁରନ୍ତ ସୂଚନା ଦେବା ଜରୁରୀ ।
  • ୟଦି ଦୁର୍ଘଟଣା ଗୁରୁତର ହୋଇଥିବ ଏବଂ ଗାଡ଼ିକୁ ସେଠାରୁ ହଟାଇବା ସମ୍ଭବ ହେଉ ନଥିବ ତେବେ ଦୁର୍ଘଟଣାସ୍ଥଳରେ ଗାଡ଼ିର ସମୁଚିତ ସୁରକ୍ଷା ବ୍ୟବସ୍ଥା କରନ୍ତୁ । ଦୟାକରି ଇଞ୍ଜିନ ଷ୍ଟାର୍ଟ କରିବାକୁ କି ଦୁର୍ଘଟଣା ପରେ ଏବଂ ଆବଶ୍ୟକ ମରାମତି ପୂର୍ବରୁ ଗାଡ଼ି ଚଳାଇବାକୁ ଉଦ୍ୟମ କରନ୍ତୁ ନାହିଁ ।
  • ଗାଡ଼ିକୁ ଆପଣଙ୍କ ପସନ୍ଦ ଅନୁସାରେ ନିକଟବର୍ତ୍ତୀ ଗ୍ୟାରେଜକୁ ନେବା ବନ୍ଦୋବସ୍ତ କରନ୍ତୁ ଏବଂ ଏକ ବିସ୍ତୃତ ଆକଳନ (ଶ୍ରମିକଙ୍କ ମଜୁରି ଏବଂ ମୂଲ୍ୟ ସହିତ ଯନ୍ତ୍ରାଂଶର ତାଲିକା) କରିବା ପାଇଁ ସେମାନଙ୍କୁ କହନ୍ତୁ ।
  • ଜଣେ ସର୍ଭେୟରଙ୍କ ଦ୍ବାରା ଗାଡ଼ିର ସର୍ଭେ/ଆକଳନ ନ ହେଲା ପର୍ଯ୍ୟନ୍ତ ଦୟାକରି ଏହାକୁ ଉଠାଇ ନିଅନ୍ତୁ ନାହିଁ କି ଦୁର୍ଘଟଣା ଅବସ୍ଥାରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ । ଏହା ମଧ୍ୟ ନିଶ୍ଚିତ ଭାବେ ଦେଖନ୍ତୁ ଯେ, କୌଣସି ଏକ ସମୟରେ ଗାଡ଼ିର କୌଣସି ଯନ୍ତ୍ରାଂଶ ବା ଆସେସରି ହଜିନାହିଁ ।
  • କୌଣସି ଦୁର୍ଘଟଣା ବା କ୍ଷୟକ୍ଷତି ସଂପର୍କରେ ଆମକୁ ତୁରନ୍ତ ଜଣାନ୍ତୁ ।
  • ଦୟାକରି ଆବଶ୍ୟକତା ଅନୁସାରେ/ସଂପୂର୍ଣ୍ଣ ଭାବେ ପୂର୍ଣ ହୋଇଥିବା ଦେୟଦାବି ଫର୍ମ ଆମ ନିକଟରେ ଦାଖଲ କରନ୍ତୁ ।
  • ମରାମତିକାରୀଙ୍କୁ ସିଧାସଳଖ ଦେୟପ୍ରଦାନ ବ୍ୟବସ୍ଥା ଥିବା କ୍ୟାସ୍‌ଲେସ୍‌ ସୁବିଧା ସଂପର୍କରେ ଦିଗ୍‌ଦର୍ଶନ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
  • ପରୀକ୍ଷଣ ଏବଂ ଫେରସ୍ତ ପାଇଁ ଆବଶ୍ୟକ କାଗଜପତ୍ର (ଗୋଟିଏ ସେଟ୍‌ ଫଟୋକପି ସହିତ)
  • ଗାଡ଼ିର ମୂଳ ପଞ୍ଜୀକରଣ ପୁସ୍ତିକା (ଚଳାଚଳ ଯୋଗ୍ୟତା ସଂପର୍କିତ ପ୍ରମାଣପତ୍ର ସହିତ, ଯଦି ଏହା ଏକ ପୃଥକ ନଥି ହୋଇଥିବ)
  • ମୂଳ ଡ୍ରାଇଭିଂ ଲାଇସେନ୍‌ସ
  • ଦାଖଲ କରିବାକୁ ହେଉଥିବା କାଗଜପତ୍ର
  • ପୋଲିସ ନିକଟରେ ଅଭିଯୋଗପତ୍ର (FIR)ର ନକଲ
  • ମରାମତି ସଂପର୍କିତ ଅଟକଳ
  • ଆପଣଙ୍କ ଦେୟଦାବି ପ୍ରକ୍ରିୟା ପାଇଁ ଆମେ ହୁଏତ କେତେକ ଅତିରିକ୍ତ କାଗଜପତ୍ର ମାଗିପାରୁ କିମ୍ବା ସ୍ପଷ୍ଟୀକରଣ ଚାହିଁପାରୁ, ଯାହା କି ଦେୟଦାବି ଉପରେ ନିର୍ଭର କରେ । ଏହା ଦାଖଲ କରିବା ବ୍ୟବସ୍ଥା କରନ୍ତୁ ।
  • ସମସ୍ତ କ୍ଷୟକ୍ଷତି ଜଣେ ସର୍ଭେୟର/ଆସେସରଙ୍କ ଦ୍ବାରା ସର୍ଭେ କରାଯାଇ ଆକଳନ କରାଯିବ ଏବଂ ଏହି ପ୍ରକ୍ରିୟା ଶେଷ ହେଲା ପରେ ହିଁ ଦେୟଦାବିର ଉପସ୍ଥାପନ ଯୋଗ୍ୟତା ଏବଂ ବ୍ୟବସ୍ଥାପନା ପ୍ରଣାଳୀ ସ୍ଥିର କରାଯିବ ।

ଦୟାକରି ଜାଣି ରଖନ୍ତୁ: ନିଶ୍ଚିତ କରନ୍ତୁ ଯେ ଦେୟଦାବି ଫର୍ମରେ ଆପଣ ଆମକୁ ସଠିକ ଏବଂ ସଂପୂର୍ଣ୍ଣ ଯୋଗାଯୋଗ ବିବରଣୀ (ଠିକଣା/ଟେଲିଫୋନ ନମ୍ବର/ମେଲ ଆଇଡି) ପ୍ରଦାନ କରିଛନ୍ତି । ଆପଣ ଯଦି ଦୁର୍ଘଟଣା ସଂପର୍କିତ କୌଣସି ନୋଟିସ୍‌ ବା ସମନ (ଯଦି ଥାଏ, ଆପରାଧିକ ମାମଲା ସଂପର୍କିତ ବ୍ୟତୀତ ) ପାଆନ୍ତି ତୁରନ୍ତ ଆବେଦନପତ୍ରର ନକଲ ସହିତ ଆମକୁ ଯୋଗାଯୋଗ କରନ୍ତୁ । 

ଚୋରି ସଂପର୍କିତ ଦେୟଦାବି କ୍ଷେତ୍ରରେ କ'ଣ କରିବେ ?

  • ଯଦି ଆପଣଙ୍କ କାର୍‌ ଚୋରି ହୋଇଯାଇଛି, ପୋଲିସରେ ରିପୋର୍ଟ କରିବା ଆପଣଙ୍କର ପ୍ରଥମ କାମ ।
  • ପୋଲିସ ନିକଟରେ ରିପୋର୍ଟ କଲା ପରେ ଯେତେ ଶୀଘ୍ର ସମ୍ଭବ ଆପଣଙ୍କ ବୀମା କମ୍ପାନୀକୁ ସୂଚନା ଦିଅନ୍ତୁ । ଚୋର ଆପଣଙ୍କ କାର୍‌ର କିଛି କ୍ଷତି କରିଥିଲେ ଏହି ସୂଚନା ସହାୟକ ହେବ । ଦୟାକରି ଏହା ମଧ୍ୟ ଜାଣି ରଖନ୍ତୁ ଯେ ପୋଲିସରେ ରିପୋର୍ଟ ଦାୟର କରାଯାଇ ନ ଥିଲେ ଆପଣଙ୍କ ବୀମା କମ୍ପାନି ଦେୟଦାବି ପ୍ରକ୍ରିୟା ଆଗକୁ ନେବ ନାହିଁ ।
  • ଆପଣଙ୍କ ବୀମା କମ୍ପାନୀକୁ ସୂଚନା ଦେବା ବେଳେ କାର ଋଣ/ଲିଜ୍‌ ସଂପର୍କିତ ସମସ୍ତ ବିବରଣୀ ସହିତ ଏତଲା (FIR) ପ୍ରଦାନ କରନ୍ତୁ ।
  • କାର୍‌ ସଂପର୍କରେ ବର୍ଣ୍ଣନା, ମାଇଲେଜ୍‌ ଏବଂ ଯଦି ଥାଏ ସର୍ଭିସ୍‌ ରେକର୍ଡ ସେମାନଙ୍କୁ ପ୍ରଦାନ କରନ୍ତୁ । ଆହୁରି ମଧ୍ୟ କାର୍‌ ସହିତ ଚୋରି ହୋଇଥିବା ବ୍ୟକ୍ତିଗତ ସାମଗ୍ରୀର ତାଲିକା ଦିଅନ୍ତୁ ।
  • ଆପଣଙ୍କ ଆଞ୍ଚଳିକ ପରିବହନ ଅଧିକାରୀ (RTO)ଙ୍କୁ ଚୋରି ସଂପର୍କରେ ସୂଚନା ଦେବା ମଧ୍ୟ ଗୁରୁତ୍ବପୂର୍ଣ୍ଣ ।
  • ଚୋରି ସଂପର୍କରେ ତୁରନ୍ତ ଆପଣଙ୍କ ଅର୍ଥଲଗାଣକାରୀ ସଂସ୍ଥାକୁ ସୂଚନା ଦିଅନ୍ତୁ ଏବଂ ବୀମା କମ୍ପାନୀ ସହ ସିଧାସଳଖ ଆଲୋଚନା କରିବା ପାଇଁ ସେମାନଙ୍କୁ କହନ୍ତୁ । ଏହା ଦ୍ବାରା ଆପଣଙ୍କ ଦାବି ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରେ ।
  • ପୋଲିସ ଯଦି ଆପଣଙ୍କ ଗାଡ଼ିକୁ ଉଦ୍ଧାର କରେ, ସେ କ୍ଷେତ୍ରରେ ଆପଣଙ୍କ ବୀମାକାରୀଙ୍କୁ ଜଣାଇ ଦିଅନ୍ତୁ ।
  • ଯଦି ଗାଡ଼ି ଉଦ୍ଧାର କରାଯାଏ, ତେବେ ଆପଣଙ୍କ ପଲିସିର ସର୍ତ୍ତାବଳୀ ଅନୁସାରେ ବୀମା କମ୍ପାନୀ କେବଳ ଗାଡ଼ିର ହୋଇଥିବା କ୍ଷତି ଏବଂ ପଲିସିରେ କଭର ପରିସରଭୁକ୍ତ କୌଣସି ଚୋରି ସାମଗ୍ରୀ ବାବଦ କ୍ଷତିପୂରଣ ଦାୟିତ୍ବ ବହନ କରିବ ।
  • ଯଦି ଗାଡ଼ି ଉଦ୍ଧାର କରା ନ ଯାଏ, ତେବେ ପୋଲିସ ଏକ ନନ୍‌-ଟ୍ରେସେବଲ୍‌ ସାର୍ଟିଫିକେଟ (NTC) ଏବଂ ସିଆର୍‌ପିସିର 173 ଧାରା ଅନୁସାରେ ଅଦାଲତ ଏକ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବେ ।
  • ଆପଣ ଯଦି କାର କିଣିବାକୁ କାର୍‌ ଋଣ ନେଇଥାଆନ୍ତି ତେବେ ବୀମାକାରୀ ଅର୍ଥଲଗାଣକାରୀ ସଂସ୍ଥା ସହ ସିଧାସଳଖ ଦେୟରାଶି ସ୍ଥିର କରିବେ । ଇନ୍‌ସ୍ୟୁଅର୍‌ଡ ଡିକ୍ଲେର୍‌ଡ ଭ୍ୟାଲୁ (IDV) ଉପରେ ହିଁ ଦେୟରାଶି ନିର୍ଦ୍ଧାରଣ କରାଯିବ । ବ୍ୟବହାର ଏବଂ ବଜାର ଦର ଭିତ୍ତିରେ ଏହା ହୁଏତ ଭିନ୍ନ ହୋଇପାରେ ।

Download Motor Policy

Feedback