ନିମ୍ନଲିଖିତ କାରଣରୁ, ବୀମାଭୁକ୍ତ ଯାନର ହାନି କିମ୍ବା କ୍ଷତି:
ଇଫକୋ ଟୋକିଓ ଦ୍ୱାରା ଦୁଇଟି ମୌଳିକ ପ୍ରକାରର ପଲିସି ଉପଲବ୍ଧ କରାଯାଇଥାଏ । 'କେବଳ ଦେୟତା ପଲିସି' ଯାହାକି ମୋଟର ଯାନ ଆଇନ୍ ଅନୁସାରେ ବାଧ୍ୟତାମୂଳକ କରାଯାଇଛି, ଏହା ଉପରେ ତାଲିକାଭୁକ୍ତ 2 ଓ 3 ଆଇଟମ୍ କଭର୍ କରିଥାଏ ।ଆପଣଙ୍କ ପ୍ରସଙ୍ଗ ପାଇଁ 'ପଲିସି ଅଧୀନରେ କଣ କଭର୍ କରାଯାଇଥାଏ?' ଦେଖନ୍ତୁ ।
ପଲିସି ଅଧୀନରେ କଣ କଭର୍ କରାଯାଇଥାଏ?' ରେ ତାଲିକାଭୁକ୍ତ ହୋଇଥିବା ପରି ତାଲିକାଭୁକ୍ତ ସମସ୍ତ ଆଇଟମ୍ଗୁଡିକୁ ଅନ୍ତର୍ଭୁକ୍ତ କରି, ପ୍ୟାକେଜ୍ ପଲିସି ହେଉଛି ଏକ ବ୍ୟାପକ କଭର୍
ମାଲିକାନା ପରିବର୍ତ୍ତନ କ୍ଷେତ୍ରରେ, ବୀମା ହସ୍ତାନ୍ତରକୁ କାର୍ଯ୍ୟକାରୀ କରିବା ପାଇଁ, ଏହିଭଳି ପରିବର୍ତ୍ତନର 14 ଦିନ ଭିତରେ ହସ୍ତାନ୍ତରକାରୀଙ୍କ ଦ୍ୱାରା ଆବେଦନ ସହିତ ଆବଶ୍ୟକୀୟ ଦସ୍ତାବିଜ ଓ ପାଉଣା/ଅତିରିକ୍ତ ପ୍ରିମିୟମ୍ (ଯଦି ଆବଶ୍ୟକ ହୁଏ) ପ୍ରଦାନ କରାଯିବ ।
ଯାନ କ୍ଷତି ଦାବିଗୁଡିକ ପାଇଁ, ବଦଳ ପାର୍ଟସ ମୂଲ୍ୟ ହାସର ସମ୍ଭାବନା ରହିଥାଏ, ଯାହାର ଶତକତା ଯାନର ବୟସ ଏବଂ ପାର୍ଟସର ବର୍ଗ ଉପରେ ନିର୍ଭର କରିଥାଏ ।ଏହିଭଳି ଦାବିଗୁଡିକ ମଧ୍ୟ ବାଧ୍ୟତାମୂଳକ ଅତିରିକ୍ତତା/ହ୍ରାସଯୋଗ୍ୟର ଅଧୀନ ମଧ୍ୟ ଅଟେ, ଯାହାକି ଯାନର ସି.ସି. ଉପରେ ନିର୍ଭର କରିଥାଏ ।
ସମସ୍ତ ଯାନ ଏକ ଧାର୍ଯ୍ୟ ମୂଲ୍ୟ ପାଇଁ ବୀମାଭୁକ୍ତ ହୋଇଥାଏ ଯାହାକି ବୀମାଭୁକ୍ତ ବ୍ୟକ୍ତିଙ୍କ ଘୋଷିତ ମୂଲ୍ୟ (ଆଇଡିଭି) ରୂପେ ଜଣାଶୁଣା ଅଟେ । ଏହା ନିର୍ମାତାଙ୍କ ତାଲିକାଭୁକ୍ତ ବିକ୍ରୟ ମୂଲ୍ୟ ଆଧାରରେ ହିସାବ କରାଯାଇଥାଏ, ଅତିରିକ୍ତ ପଦାର୍ଥଗୁଡିକ ସମେତ (ଯେଉଁଠାରେ ପ୍ରଯୁଜ୍ୟ), ଯାନର ବୟସ ଉପରେ ଆଧାର କରି ଉପଯୁକ୍ତ ମୂଲ୍ୟ ହ୍ରାସ କରାଯିବା ପରେ ।
ପଲିସି ଅଧୀନରେ ପ୍ରିମିୟମ୍ର ଦୁଇଟି ମୌଳିକ ଉପାଦାନ ରହିଛି । ଦେୟତା ପ୍ରିମିୟମ୍ ହେଉଛି ଏକ ଧାର୍ଯ୍ୟ ରାଶି ଯାହା ଯାନର ସି.ସି. ଉପରେ ନିର୍ଭର କରିଥାଏ ଅପରପକ୍ଷରେ 'ନିଜର କ୍ଷତି ପ୍ରିମିୟମ୍ ହାର' (%) ଯାନର ସି.ସି., ବୟସ, ମଡେଲ୍, କାର୍ଯ୍ୟ କ୍ଷେତ୍ର ଇତ୍ୟାଦି ଉପରେ ନିର୍ଭର କରିଥାଏ ଯାହାକି ଆଇଡିଭି ଉପରେ ଲାଗୁ ହୋଇଥାଏ ।ବିସ୍ତୃତକରଣ କଭର୍ଗୁଡିକ' ପାଇଁ ଅତିରିକ୍ତ ପ୍ରିମିୟମ ଦେୟଯୋଗ୍ୟ ଅଟେ, ଯଦି ବଛା ଯାଇଥାଏ ।
ନିମ୍ନଲିଖିତ ପରିସ୍ଥିତିରେ ପ୍ରିମିୟମ୍ ରିହାତିଗୁଡିକ ଉପଲବ୍ଧ ଅଟେ:
ପ୍ରତି ବର୍ଷ ନବୀକରଣ ସମୟରେ ଏନ୍ସିବି ଉପରେ ରିହାତି ଅନୁମୋଦନ କରାଯାଇଥାଏ ।ଏହା 'ନିଜର କ୍ଷତି ପ୍ରିମିୟମ୍'ର ଏକ ଶତକଡା ଭାବେ ପ୍ରକାଶ କରାଯାଇଥାଏ ଏବଂ 20%ରୁ 50%କୁ ବୃଦ୍ଧି ପାଇଥାଏ, ଯାହାକି ଦାବି ମୁକ୍ତ ଅନୁଭୂତି ବର୍ଷ ସଂଖ୍ୟା ଉପରେ ନିର୍ଭର କରିଥାଏ ।ଏହା ଯାନର ଭାଗ୍ୟକୁ ଅନୁସରଣ ନକରି ବୀମାଭୁକ୍ତ ବ୍ୟକ୍ତିଙ୍କ ଭାଗ୍ୟକୁ ଅନୁସରଣ କରିଥାଏ, ଯାହାର ଅର୍ଥ ହେଉଛି, ଏହା ଏକ ବଦଳ ବ୍ୟକ୍ତିଗତ କାର୍ ଉପରେ ମଧ୍ୟ ପ୍ରଯୁଜ୍ୟ ହେବ । ଏହା ନବୀକରଣ ଉପରେ ବିଭିନ୍ନ ବୀମାକାରୀ କମ୍ପାନୀ ଠାରୁ ସ୍ଥାନାନ୍ତରିତ ହୋଇପାରିବ, ସେଥିପାଇଁ ଆନୁଷଙ୍ଗିକ ଦସ୍ତାବିଜଗୁଡିକ ଉପସ୍ଥାପନ କରାଯିବାର ଆବଶ୍ୟକତା ରହିଛି ।ଏନ୍ସିବି ଅଧିକାର ପାଇଁ, ନବୀକରଣ ନିର୍ଦ୍ଧାରିତ ମିଆଦ ଶେଷ ତାରିଖ ଭିତରେ, କିମ୍ବା ମିଆଦ ଶେଷ ତାରିଖ ପରେ ସର୍ବାଧିକ 90 ଦିନ ଭିତରେ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି । ନବୀକରଣରେ ଏନ୍ସିବି ନଷ୍ଟ ହେବ, ଯଦି ମିଆଦ ଶେଷ ହେଉଥିବା ପଲିସି ଅନ୍ତର୍ଗତ କୌଣସି ଯାନ କ୍ଷତି ଦାବି ଦାୟର କରାଯାଇଥାଏ ।
ବୀମାଭୁକ୍ତ ବ୍ୟକ୍ତିଙ୍କ ଶେଷ ଜ୍ଞାତ ଠିକଣାରେ ବୀମାଭୁକ୍ତ ବ୍ୟକ୍ତିଙ୍କୁ ରେକର୍ଡ କରାଯାଇଥିବା ବିତରଣ ଦ୍ୱାରା ସାତ ଦିନର ନୋଟିସ୍ ପଠାଇବା ଦ୍ୱାରା କମ୍ପାନୀ ପଲିସି ବାତିଲ୍ କରିପାରେ ଏବଂ ଏହିଭଳି ଘଟଣାରେ କମ୍ପାନୀ ପଲିସି ବଳବତ୍ତର ରହିଥିବା ଅବଧି ପାଇଁ ପ୍ରଦାନ କରାଯାଇଥିବା ପ୍ରିମିୟମ୍ରୁ ପ୍ରୋ ରାଟା ଭାଗକୁ ବାଦ୍ ଦେଇ ଅବଶିଷ୍ଟ ରାଶି ବୀମାଭୁକ୍ତ ବ୍ୟକ୍ତିଙ୍କୁ ପୈଠ କରିବ କିମ୍ବା ରେକର୍ଡ କରାଯାଇଥିବା ବିତରଣ ଦ୍ୱାରା ସାତ ଦିନର ନୋଟିସ୍ ଉପରେ ବୀମାଭୁକ୍ତ ବ୍ୟକ୍ତିଙ୍କ ଦ୍ୱାରା ଯେକୌଣସି ସମୟରେ ପଲିସିକୁ ବାତିଲ୍ କରାଯାଇପାରେ ଏବଂ ସେଥିପାଇଁ ପଲିସି ଅବଧି ମଧ୍ୟରେ କୌଣସି ଦାବି ଆସିନଥିବା ଆବଶ୍ୟକ, ବୀମାଭୁକ୍ତ ବ୍ୟକ୍ତି ପଲିସି ବଳବତ୍ତର ରହିଥିବା ଅବଧି ପାଇଁ କମ୍ପାନୀର ସ୍ୱଳ୍ପ ଅବଧି ହାରରେ ପ୍ରିମିୟମ୍କୁ ବାଦ୍ ପ୍ରିମିୟମ୍ର ଏକ ଫେରସ୍ତ ପାଇବାକୁ ହକ୍ଦାର ହେବେ ।ଯେଉଁଠାରେ ଯାନର ମାଲିକନା ହସ୍ତାନ୍ତର କରାଯାଇଥାଏ, ଯାନ ଅନ୍ୟ କେଉଁଠାରେ ବୀମାଭୁକ୍ତ କରାଯାଇଥିବାର ପ୍ରମାଣ ଦାଖଲ କରାନଗଲେ ପଲିସି ବାତିଲ୍ କରାଯାଇପାରିବ ନାହିଁ ।
For the ବାତିଲକରଣ ଅନୁରୋଧ ପାଇଁ, ବୀମାଭୁକ୍ତ ବ୍ୟକ୍ତି ଆମର ନିଃଶୁଳ୍କ ନମ୍ବରକୁ ସମ୍ପର୍କ ମଧ୍ୟ କରିପାରିବେ କିମ୍ବା ସେବା ଅନୁରୋଧ ସୃଷ୍ଟି କରିପାରିବେ (ଆମକୁ ସମ୍ପର୍କ କରନ୍ତୁ --> ଆମକୁ ସମ୍ପର୍କ କରନ୍ତୁ ଫର୍ମ -> ସେବା ଅନୁରୋଧଗୁଡିକ)