PrintPrintEmail this PageEmail this Page

ଭାରତରେ ଗ୍ରମୀଣ ବୀମା ଅନ୍‍ଲାଇନରେ କିଣନ୍ତୁ

ଇଫକୋ ଟୋକିଓର ଅତି କ୍ଷୁଦ୍ର-ବୀମା ଉଦ୍ୟମଗୁଡ଼ିକ ତାହାର ମୂଳ ସଂସ୍ଥା ଇଫକୋର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୁଏ ଯାହା ଭାରତୀୟ ଚାଷୀମାନଙ୍କ ଜୀବନର ମାନକୁ ଉନ୍ନତ କରିବାକୁ ଚାହେଁ | କେବଳ ବିଦ୍ୟମାନ ଉତ୍ପାଦଗୁଡିକର ମୂଲ୍ୟ ହ୍ରାସ ନକରି, ଏହା କୃଷ୍ଟି ସମ୍ବନ୍ଧୀୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଭାବେ ପରିକଳ୍ପିତ ଏକ ଉତ୍ପାଦ ବାସ୍କେଟ୍‍ ପ୍ରସ୍ତୁତ କରିବା ପାଇଁ ଏହା ଗ୍ରାମୀଣ ବଜାର ସମ୍ପର୍କରେ ଇଫକୋର ଅନୁଭୂତିକୁ ଉଦ୍ଦେଶ୍ୟ ସାଧନର ଉପାଭାବେ ବ୍ୟବହାର କରିଛି । 

କେତେକ ଉତ୍ପାଦ ହେଉଛି : - 

ଜନତା ସୁରକ୍ଷା ବୀମା ଯୋଜନା

କୃଷକ ଓ କୃଷି କ୍ଷେତ୍ରରେ ନିୟୋଜିତ ନାମକୁ ମାତ୍ର ଏବଂ କ୍ଷୁଦ୍ର ଶ୍ରମିକ ଶ୍ରେଣୀର ଏବଂ ମୁଖ୍ୟତଃ କୃଷି ଓ ଅନ୍ୟ ସମ୍ବନ୍ଧିତ କାର୍ଯ୍ୟକ୍ଷେତ୍ରରେ ସଂପୃକ୍ତ ଗ୍ରାମାଞ୍ଚଳ ପରିବାର ତଥା ସହରାଞ୍ଚଳ ଅର୍ଥନୀତିରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଏକ ସରଳ ପ୍ୟାକେଜ୍‌ ପଲିସି ପ୍ରଦାନ କରିବା ଲକ୍ଷ୍ୟ ନେଇ ଜନତା ସୁରକ୍ଷା ବୀମା ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ଦ୍ବାରା ସେମାନେ ସେମାନଙ୍କ ବାସଗୃହ (କୋଠା) ଏବଂ ଘରର ସାମଗ୍ରୀକୁ ବନ୍ୟା, ବଜ୍ରପାତ, ଝଡ଼ ଓ ଭୁମିକମ୍ପ ଏବଂ ଚୋରି ସମେତ ଅଗ୍ନିକାଣ୍ଡ ଗୋଷ୍ଠୀଭୁକ୍ତ ବିପତ୍ତିରୁ ବୀମା ସୁରକ୍ଷା ଦେଇପାରିବେ । Read More »

ଜନ ସେବା ବୀମା ଯୋଜନା

ମୁଖ୍ୟତଃ ଗ୍ରାମୀଣ ଏବଂ ଅର୍ଦ୍ଧ ସହରୀ ଘରଗୁଡିକୁ ଗୋଟିଏ ଏକକ ଧାର୍ଯ୍ୟ କଭର୍‍ ଏବଂ ଧାର୍ଯ୍ୟ ମୂଲ୍ୟ ପ୍ୟାକେଜ୍‍ ବୀମା ପ୍ରଦାନ କରିବାର ଲକ୍ଷ୍ୟ ସହିତ ଜନ ସେବା ବୀମା ଯୋଜନା ପଲିସି ପ୍ରସ୍ତୁତ କରାଯାଇଛି, ଯାହା ଫଳରେ କୌଣସି ବ୍ୟବଧାନ ନ ଛାଡି, ଗୋଟିଏ କଭର୍‍ ଅଧୀନରେ ସେମାନଙ୍କର ସମସ୍ତ ସମ୍ପତ୍ତି, ସ୍ୱାର୍ଥ, ଦେୟତା ଓ ନିଜ ପାଇଁ ବ୍ୟାପକ ବୀମା ସୁରକ୍ଷା ରହିପାରିବ । Read More »

କିସାନ ସୁବିଧା ବୀମା

ମୁଖ୍ୟତଃ ଚାଷୀ ଏବଂ କୃଷି କ୍ଷେତ୍ରରେ ସଂପୃକ୍ତ ଗ୍ରାମୀଣ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ଏକକ ପ୍ୟାକେଜ୍‍ ପଲିସି ପ୍ରଦାନ କରିବା ଲକ୍ଷ୍ୟ ସହିତ କିସାନ ସୁବିଧା ବୀମା ପଲିସି ପ୍ରସ୍ତୁତ କରାଯାଇଛି, ଯାହା ଫଳରେ ଗୋଟିଏ କଭର୍‍ ଅଧୀନରେ, ସେମାନଙ୍କର ସମଗ୍ର ସମ୍ପତ୍ତି ଏବଂ ସ୍ୱାର୍ଥ, ଯଥା ନିଜ ଓ ପରିବାର ସଦସ୍ୟଙ୍କ ପାଇଁ ବ୍ୟକ୍ତିଗତ ଦୁର୍ଘଟଣା ଏବଂ ଗୁରୁତର ଅସୁସ୍ଥତାର ବିପଦ ଆଶଙ୍କା ପାଇଁ ବ୍ୟାପକ ବୀମା ସୁରକ୍ଷା ରହିପାରିବ । Read More »

ପଶୁ ଧନ ବୀମା ଯୋଜନା

ଆମ ଦେଶରେ ଜଣେ ସାଧାରଣ ଗୋମହିଷାଦି ପଶୁ ମାଲିକ ହେଉଛନ୍ତି ଜଣେ କ୍ଷୁଦ୍ର ଚାଷୀ ଯାହାଙ୍କ ପାଖରେ ଗୋଟିଏ କିମ୍ବା ଦୁଇଟି ଗୋମହିଷାଦି ପଶୁ ରହିଥାନ୍ତି । ଏହି ଚାଷୀମାନେ ଫସଲ ଏବଂ ପଶୁଧନ ଉତ୍ପାଦନକୁ ନେଇ ଗଠିତ ଏକ ମିଶ୍ରିତ କୃଷି ବ୍ୟବସ୍ଥାର ଅଂଶବିଶେଷ ଭାବେ ଗୋମହିଷାଦି ପଶୁ ପାଳିଥାନ୍ତି । କ୍ଷୀର ବିକ୍ରି କରିବା ମାଧ୍ୟମରେ ସୃଷ୍ଟି ହେଉଥିବା ନିୟମିତ ପଶୁଧନ ଆୟ ଋତୁକାଳୀନ କୃଷି ଆୟକୁ ବଢାଇବା ପାଇଁ ବ୍ୟବହୃତ ହୋଇଥାଏ । Read More »

ଜନ ସୁରକ୍ଷା ବୀମା ଯୋଜନା ଏବଂ ମହିଳା ସୁରକ୍ଷା ବୀମା ଯୋଜନା

ଆମର ଦୈନନ୍ଦିନ ଜୀବନ ଆମେ ସମସ୍ତେ ଦୁର୍ଘଟଣାର ବିପଦ ଆଶଙ୍କାକୁ ଉନ୍ମୁକ୍ତ ଅଟୁ, ଯଦିଓ କିଛି ଲୋକଙ୍କର ଉନ୍ମୁକ୍ତତା ଅନ୍ୟମାନଙ୍କ ଠାରୁ ଅଧିକ ହୋଇଥାଏ । ମାନବକୃତ ବିପଦ ଆଶଙ୍କା ବ୍ୟତୀତ, ପ୍ରାକୃତିକ ବିପର୍ଯ୍ୟୟଗୁଡିକ ଯଥା, ବିଜୁଳି ମାରିବା, ବନ୍ୟା, ଭୂକମ୍ପ ଇତ୍ୟାଦି ଦୁର୍ଘଟଣାଗୁଡିକ ପାଇଁ ସମାନ ଭାବେ ଦାୟୀ ଅଟେ । ଜନ ସୁରକ୍ଷା ବୀମା ପଲିସି/ ମହିଳା ସୁରକ୍ଷା ବୀମା Read More »

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)

କୃଷି ଆମ ଦେଶର ମେରୁଦଣ୍ଡ ଏବଂ ଜଣେ କୃଷକ ଭାବେ ଆପଣଙ୍କ ଯୋଗଦାନ ଦେଶର ଅର୍ଥନୀତିକୁ ଗତିଶୀଳ କରାଏ । ଦୁର୍ଭାଗ୍ୟବଶତଃ ଆପଣଙ୍କ ସମସ୍ତ ଉଦ୍ୟମ ପ୍ରକୃତିର କରୁଣା ଉପରେ ନିର୍ଭରଶୀଳ, ଯାହା କି ଅତ୍ୟନ୍ତ ଅନିଶ୍ଚିତ । Read More »

ୟୁନିଫାଏଡ୍‌ ପ୍ୟାକେଜ୍‌ ବୀମା ଯୋଜନା (UPIS)

ଏକୀକୃତ ପ୍ୟାକେଜ୍‍ ବୀମା ଯୋଜନା (ୟୁପିଆଇଏସ୍‍) କୃଷି କ୍ଷେତ୍ର ସହିତ ଜଦିତ ନାଗରିକମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଥାଏ, ସେହି ଉପାୟରେ ଖାଦ୍ୟ ସୁରକ୍ଷା, ଫସଲ ବିବିଧୀକରଣ ଏବଂ ପରିବର୍ଦ୍ଧିତ ଅଭିବୃଦ୍ଧି ଏବଂ ଲୋକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟଗୁଡିକରୁ ସୁରକ୍ଷା କରିବା ବ୍ୟତୀତ କୃଷି କ୍ଷେତ୍ରର ପ୍ରତିଯୋଗିତାମୂଳକ ପରିସ୍ଥିତି ସୁନିଶ୍ଚିତ କରିବା କରିଥାଏ Read More »


Download Motor Policy

Feedback