ଚଲାିମସ

PrintPrintEmail this PageEmail this Page

ଆପଣ ଦୁଇଟି ଉପାୟରେ ସ୍ୱାସ୍ଥ୍ୟ ବୀମା ଦାବି ଆବେଦନ କରି ପାରିବେ|ଆପଣ କ୍ୟାସଲେସ ଦାବି ପାଇଁ ଯାଇ ପାରିବେ ନଚେତ ଆପଣ ଦାବି ପାଇଁ ପ୍ରତି ପୁର୍ତ୍ତି ପ୍ରାପ୍ତ କରି ପାରିବେ|ତଳେ ଦିଆ ଯାଇଥିବା ପ୍ରକ୍ରିୟା ଗୁଡିକୁ ଅନୁସରଣ କରାଯିବା ଆବଶ୍ୟକ

କ୍ୟାସଲେସ ସୁବିଧା କେବଳ ଆମେ ସଂସ୍ଳିଷ୍ଟ ଥିବା ଟିପିଏ ର ଡାକ୍ତର ଖାନା ନେଟୱର୍କ ମଧ୍ୟରେ ଉପଲବ୍ଧ ଏକ ବିଶେଷ ଡାକ୍ତରଖାନା ର ନେଟୱର୍କିଂଗ ରେ ସାମିଲ ଥିବାର ସ୍ଥିତି ବିଷୟରେ ଆମ ଟିପିଏ ରୁ ବୁଝିବାକୁ ପ୍ରସ୍ତାବ ଦିଆଯାଉଛି|

ଏହି ସୁବିଧା ଅନୁସାରେ ନେଟୱର୍କିଂ ଡାକ୍ତର ଖାନା ରେ ବିନା ନଗଦ ଅନୁରୋଧ ସମ୍ବନ୍ଧିତ ଔପଚାରିକତା କୁ ପୂରଣ କରିବାରେ ସହାୟକ ହୋଇଥାଏଆପଣ ଆପଣଙ୍କ ସ୍ଵାସ୍ଥ୍ୟ ପତ୍ର ରେ ଦିଆ ଯାଇଥିବା ଆପଣଙ୍କ ସଦସ୍ୟତା ସଂଖ୍ୟା ର ଦ୍ୱାହି ଦେଇ ଆପଣ ଆମର ତୃତୀୟ ପକ୍ଷ ପଶାସକଙ୍କ ସହିତ ତାଙ୍କ ହେଲ୍ପଲାଇନ ନମ୍ବର ରେ ସଂପର୍କ କରି ପାରିବେ|.

ନଗଦ ରହିତ ଦାବି ଦୁଇ ପ୍ରକାରର

  • ଆପାତକାଳିନ ଭର୍ତ୍ତି କ୍ଷେତ୍ରରେ ନଗଦ ରହିତ ଦାବି ର ପ୍ରକ୍ରିୟା
  • ଯୋଜନାବଦ୍ଧ ଭର୍ତ୍ତି କ୍ଷେତ୍ରରେ ନଗଦ ରହିତ ଦାବି ର ପ୍ରକ୍ରିୟା

ଆପାତକାଳିନ ଭର୍ତ୍ତି କ୍ଷେତ୍ରରେ ନଗଦ ରହିତ ଦାବି ର ପ୍ରକ୍ରିୟା:

  • ସୋପାନ 1: ନେଟୱର୍କ ଡାକ୍ତର ଖାନା କ୍ଷେତ୍ରରେ, ଭର୍ତ୍ତି ସମୟରେ ତୃତୀୟ ପକ୍ଷ ପଶାସକଙ୍କ ସହିତ ତାଙ୍କ ହେଲ୍ପଲାଇନ ନମ୍ବର ରେ ସୂଚିତ କରନ୍ତୁ ଆପଣଙ୍କ ସଦସ୍ୟତା ସଂଖ୍ୟା ପ୍ରଦାନ କରନ୍ତୁ
  • ସୋପାନ 2: ଡାକ୍ତର ଖାନା ରେ ଥିବା ବୀମା ସହାୟକ ଟେବୁଲ ରେ ଉପଲବ୍ଧ ନଗଦ ରହିତ ଅନୁରୋଧ ଫର୍ମ ପୂରଣ କରନ୍ତୁ ଏବଂ ଏହାକୁ ଆପଣଙ୍କ ଚିକିତ୍ସକଙ୍କ ଠାରୁ ପ୍ରମାଣିତ କରନ୍ତୁ
  • ସୋପାନ 3: ନଗଦ ରହିତ ଅନୁରୋଧ ଫର୍ମ ସହିତ ସଂପର୍କିତ ଡାକ୍ତରୀ ଦସ୍ତାବିଜ ଟିପିଏ କୁ ଫ୍ୟାକ୍ସ କରନ୍ତୁ
  • ସୋପାନ 4:ଟିପିଏ ଦସ୍ତାବିଜ ର ଜାଂଚ କରିବେ ଏବଂ ନିଷ୍ପତି ଡାକ୍ତରଖାନାକୁ ବ୍ୟକ୍ତ କରିବେ|ଟିପିଏ ନଗଦ ରହିତ ସେବା କୁ ମଂଜୁରି ଦେଇ ପାରିବେ କିମ୍ବା ଆବଶ୍ୟକ ସ୍ଥଳରେ ଅଧିକ ସୂଚନା ପାଇଁ କଲ କରି ପାରିବେ|
  • ସୋପାନ 5: ଟିପିଏ ଠାରୁ ନଗଦ ରହିତ ସେବା ର ଅନୁମୋଦନ ପାଇବା ପରେ, ଡାକ୍ତରଖାନା ବିଲ(ପଲିସି ସୀମା ମଧ୍ୟରେ)ସିଧା ସଳଖ ହିସାବ କରାଯିବ|ଟେଲିଫୋନ ଶୁଳ୍କ, ଖାଦ୍ୟ, ପରିଚାରକ ଶୁଳ୍କ ପର ଅସ୍ୱୀକାର୍ଯ୍ୟ ମାତ୍ରା ଆପଣଙ୍କୁ ବହନ କରିବାକୁ ପଡିବ|;
  • ସୋପାନ 6: ଟିପିଏ ଠାରୁ ନଗଦ ରହିତ ସେବା ର ଅନୁମୋଦନ ନପାଇଲେ, ଡାକ୍ତରଖାନା ରେ ବିଲ ଦୟାକରି ହିସାବ କରି ପଇଠ କରି ଦିଅନ୍ତୁ ଏବଂ ପ୍ରତିପୂର୍ତ୍ତି ପାଇଁ ଆବେଦନ କରନ୍ତୁ|ଦାବି ପଲିସିର ନିୟମ ଏବଂ ସର୍ତ୍ତ ଅନୁଯାୟୀ ପ୍ରକ୍କ୍ରିୟା କରାଯିବ|

ଆମ ଟିପିଏ କୁ ନଗଦ ରହିତ ସେବାର ନିର୍ଣ୍ଣୟ କୁ ମଂଜୁରି ଦେବା ପାଇଁ ଟର୍ନ ଆରାଉଣ୍ଡ ସମୟ ସମସ୍ତ ଦସ୍ତାବିଜ ପାଇବାର 24 ଘଣ୍ଟା ପରେ|

ଯୋଜନାବଦ୍ଧ ଭର୍ତ୍ତି କ୍ଷେତ୍ରରେ ନଗଦ ରହିତ ଦାବି ର ପ୍ରକ୍ରିୟା

  • ସୋପାନ 1: ଆମ ସୂଚିରେ ଥିବା ନେଟୱର୍କ ଡାକ୍ତର ଖାନା ମାନଙ୍କ ମଧ୍ୟରୁ ଚିକିତ୍ସା ପାଇଁ ଏକ ଡା୍କ୍ତରଖାନା ଚୟନ କରନ୍ତୁ
  • ସୋପାନ 2: ଆପଣ ଆପଣଙ୍କ ସ୍ଵାସ୍ଥ୍ୟ ପତ୍ର ରେ ଦିଆ ଯାଇଥିବା ଆପଣଙ୍କ ସଦସ୍ୟତା ସଂଖ୍ୟା ର ଦ୍ୱାହି ଦେଇ ଆପଣ ଆମର ତୃତୀୟ ପକ୍ଷ ପଶାସକଙ୍କ(TPA) ସହିତ ତାଙ୍କ ହେଲ୍ପଲାଇନ ନମ୍ବର ରେ ସଂପର୍କ କରି ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ସୂଚନା ଦିଅନ୍ତୁ
  • ସୋପାନ 3: ଡାକ୍ତର ଖାନା ରେ ଥିବା ବୀମା ସହାୟକ ଟେବୁଲ ରେ ଉପଲବ୍ଧ ନଗଦ ରହିତ ଅନୁରୋଧ ଫର୍ମ ପୂରଣ କରନ୍ତୁ ଏବଂ ଏହାକୁ ଆପଣଙ୍କ ଚିକିତ୍ସକଙ୍କ ଠାରୁ ପ୍ରମାଣିତ କରନ୍ତୁ
  • ସୋପାନ 4: ନଗଦ ରହିତ ଅନୁରୋଧ ଫର୍ମ ସହିତ ସଂପର୍କିତ ଡାକ୍ତରୀ ଦସ୍ତାବିଜ ଟିପିଏ କୁ ଫ୍ୟାକ୍ସ କରନ୍ତୁ
  • ସୋପାନ 4:ଟିପିଏ ଦସ୍ତାବିଜ ର ଜାଂଚ କରିବେ ଏବଂ ନିଷ୍ପତି ଡାକ୍ତରଖାନାକୁ ବ୍ୟକ୍ତ କରିବେ|ଟିପିଏ ନଗଦ ରହିତ ସେବା କୁ ମଂଜୁରି ଦେଇ ପାରିବେ କିମ୍ବା ଆବଶ୍ୟକ ସ୍ଥଳରେ ଅଧିକ ସୂଚନା ପାଇଁ କଲ କରି ପାରିବେ|.
  • ସୋପାନ 6: ଟିପିଏ ଠାରୁ ନଗଦ ରହିତ ସେବା ର ଅନୁମୋଦନ ପାଇବା ପରେ, ଡାକ୍ତରଖାନା ବିଲ(ପଲିସି ସୀମା ମଧ୍ୟରେ)ସିଧା ସଳଖ ହିସାବ କରାଯିବ|ଟେଲିଫୋନ ଶୁଳ୍କ, ଖାଦ୍ୟ, ପରିଚାରକ ଶୁଳ୍କ ପର ଅସ୍ୱୀକାର୍ଯ୍ୟ ମାତ୍ରା ଆପଣଙ୍କୁ ବହନ କରିବାକୁ ପଡିବ|
  • ସୋପାନ 7: ଟିପିଏ ଠାରୁ ନଗଦ ରହିତ ସେବା ର ଅନୁମୋଦନ ନପାଇଲେ, ଡାକ୍ତରଖାନା ରେ ବିଲ ଦୟାକରି ହିସାବ କରି ପଇଠ କରି ଦିଅନ୍ତୁ ଏବଂ ପ୍ରତିପୂର୍ତ୍ତି ପାଇଁ ଆବେଦନ କରନ୍ତୁ|ଦାବି ପଲିସିର ନିୟମ ଏବଂ ସର୍ତ୍ତ ଅନୁଯାୟୀ ପ୍ରକ୍କ୍ରିୟା କରାଯିବ|

ଆମ ଟିପିଏ କୁ ନଗଦ ରହିତ ସେବାର ନିର୍ଣ୍ଣୟ କୁ ମଂଜୁରି ଦେବା ପାଇଁ ଟର୍ନ ଆରାଉଣ୍ଡ ସମୟ ସମସ୍ତ ଦସ୍ତାବିଜ ପାଇବାର 24 ଘଣ୍ଟା ପରେ|.

ଦାବିର ପ୍ରତିପୂର୍ତ୍ତି ପ୍ରକ୍ରିୟା

ଯଦି ଆପଣ ନେଟୱର୍କ ଡାକ୍ତରଖାନା ରେ ନଗଦ ରହିତ ସେବା ନେଇ ନାହାନ୍ତି କିମ୍ବା ଆପଣ ଚିକିତ୍ସା ନେଇଥିବା ଡାକ୍ତରଖାନା ନେଟୱର୍କ ଅନ୍ତର୍ଭୁକ୍ତ ନୁହେଁ ତେବେ ଆପଣ ମୂଳ ଦସ୍ତାବିଜ ଜମା କରି ପ୍ରତିପୂର୍ତ୍ତି ଦାବି କରିପାରିବେ|.

  • ସୋପାନ 1:ଭର୍ତ୍ତି ହେବା ପରେ ତୁରନ୍ତ କିମ୍ବା ଡାକ୍ତରଖାନାରୁ ଛୁଟିବାର ସାତ ଦିନ ମଧ୍ୟରେ ଟୋଲ ନମ୍ବର - 1800 103 5499 ଦ୍ୱାରା ଇଫକୋ(ଆଇଏଫଏଫସିଓ)-ଟୋକିଓ କୁ ସୂଚିତ କରନ୍ତୁ ତାପରେ ନୁହେଁ| ଦାବି ପାଇଁ ସୂଚିତ କରିବା ସମୟରେ ଆପଣ ଆପଣଙ୍କ ବୀମାର ସାର୍ଟିଫିକେଟ ସଂଖ୍ୟା ଦର୍ଶାନ୍ତୁ
  • ସୋପାନ 2:ଚିକିତ୍ସା ନିଅନ୍ତୁ ଏବଂ ଡାକ୍ତରଖାନା ରେ ବିଲ ଦୟାକରି ହିସାବ କରି ପଇଠ କରି ଦିଅନ୍ତୁ ଏବଂ ତାପରେ ପ୍ରତିପୂର୍ତ୍ତି ପାଇଁ ଆବେଦନ କରନ୍ତୁ|.
  • ସୋପାନ 3: ଆମ ୱେବସାଇଟର ରୁ ପ୍ରାସଂଗିକ ଦାବି ଫର୍ମ ଡାଉନଲୋଡ କରନ୍ତୁ (କିମ୍ବା) ଏକ ଫର୍ମ ପାଇଁ ଆମ କଲ ସେଣ୍ଟର କୁ ଅନୁ୍ରୋଧ କରନ୍ତୁ|

ଦାବି ଦସ୍ତାବିଜ ସ୍ଥାନୀୟ ଇଫକୋ(ଆଇଏଫଏଫସିଓ) ଟୋକିଓ ଦପ୍ତର ଠିକଣାରେ ଜମା କରାଯାଇ ପାରିବ ଯାହା ଟୋଲ ନମ୍ବର 1800 543 5499 ରେ କଲ କରି ପ୍ରାପ୍ତ କରାଯାଇ ପାରିବ|

ଯଦି ଆପଣଙ୍କୁ ଦାବି ପ୍ରକ୍ରିୟା ରେ ମାର୍ଗ ଦର୍ଶନ ର ଆବଶ୍ୟକତା ଅଛି, ତେବେ ମଧ୍ୟ ଆପଣ ଟୋଲ ନମ୍ବର 1800 543 5499 ରେ କଲ କରି ପ୍ରାପ୍ତ କରି ପାରିବେ|

ଦସ୍ତାବିଜ ଜାଂଚ ସୂଚୀ

ପ୍ରତିପୂର୍ତ୍ତି ଦାବି କ୍ଷେତ୍ରରେ ଜମା କରାଯାଉଥିବା ଦସ୍ତାବିଜ- ଠିକ ଭାବରେ ଭରା ଯାଇଥିବା ଦାବି ଫର୍ମ ସହିତ ଚିକିତ୍ସକଙ୍କ ପ୍ରମାଣପତ୍ର|

  • ଡିସ୍ଚାର୍ଜ (ଡାକ୍ତରଖାନା ରୁ ଛୁଟି) ସାରାଂଶ
  • ବିଲ୍‍
  • ପ୍ରେ୍ସ୍କ୍ରିପସନ
  • ଅଗ୍ରିମ ଏବଂ ଅନ୍ତିମ ରସିଦ
  • ନିଦାନ ପରୀକ୍ଷଣ ରିପୋର୍ଟ,ଏକ୍ସ-ରେ, ଇସିଜି, ସ୍କାନଏବଂ ଅନ୍ୟ ଚିତ୍ର

ଆବଶ୍ୟକ ପଡିଲେ ଦାବି ପ୍ରସଂସ୍କରଣ ଦଳ ଉପରୋକ୍ତ ଛଡା ଅନ୍ୟ ଦସ୍ତାବିଜ ଖୋଜି ପାରନ୍ତି|

ଦୟାକରି ଧ୍ୟାନ ଦିଅନ୍ତୁ

  • ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଏବଂ ଅତିରିକ୍ତ ଦସ୍ତାବିଜ/ କିଛି ଆବଶ୍ୟକୀୟ ସୂଚନା ଯଦି ମଗାଯାଇଥାଏ ପାଇବା ପରେ ସେସବୁ ର ଜାଂଚ କରି ଦାବି ପ୍ରସଂସ୍କରଣ କରାଯାଇଥାଏ|
  • ଯଦି ଦାବି ସ୍ୱୀକାର୍ଯ୍ୟ ହୁଏ ତେବେ ଆପଣଙ୍କ ପାଖକୁ ଚେକ ପଠାଯିବ ଯଦି ନୁହେଁ ତେବେ ଆପଣଙ୍କ ପାଖକୁ ଅସ୍ୱୀକାର୍ଯ୍ୟ ପତ୍ର ପଠାଯିବ|
  • ପ୍ରତିପୂର୍ତ୍ତି ଦାବି ପାଇଁ ଟର୍ନ ଅରାଉଣ୍ଡ ସମୟ ସମସ୍ତ ଦସ୍ତାବିଜ ପାଇବାର 20 ଦିନ ପର୍ଯ୍ୟନ୍ତ |

ଦାବି ର ଦେୟ

  • ଏହି ପଲିସି ଅନ୍ତର୍ଭୁକ୍ତ ସମସ୍ତ ଦାବି ଭାରତୀୟ ମୁଦ୍ରାରେ ଦେୟ କରାଯିବ| ଏହି ବୀମା ଉଦେଶ୍ୟରେ ନିଆଯାଉଥିବା ସମସ୍ତ ଚିକିତ୍ସା, ଉପଚାର ଭାରତ ମଧ୍ୟରେ ହିଁ ନିଆଯିବ.
  • ଇଫକୋ(ଆଇଏଫଏଫସିଓ) ଟୋକିଓ ଆଇଆରଡିଏ ନିୟମ ଦ୍ୱାରା ପ୍ରଦାନ କରିଥିବା ନୀତି ଛଡା ଅନ୍ୟ ଅନୁସାରେ ଦେୟ ହୋଇଥିବା/ ହବାକୁ ଥିବା ରାଶି ପାଇଁ ସୁଧ/ଦଣ୍ଡ ଦେୟ କରିବା ପାଇଁ ଉତ୍ତରଦାୟୀ ହେବେ ନାହିଁ|
  • ଯଦି ଦାବି ସ୍ୱୀକାର୍ଯ୍ୟ ହୁଏ ଏବଂ ଦେୟ ସମୟରେ ପ୍ରସ୍ତାବକର୍ତ୍ତା ଜୀବିତ ନଥାନ୍ତି ତେବେ ପ୍ରସ୍ତାବକର୍ତ୍ତାଙ୍କ କାନୁନି ଅଧିକାରୀ ଙ୍କୁ ଦେୟ ପ୍ରଦାନ କରାଯିବ|.

Download Motor Policy

Feedback