- ମୁଁ ଯୁବାବସ୍ଥାରେ ଅଛି ଏବଂ ସୁସ୍ଥ ଅଛି। ପ୍ରକୃତରେ ମୋର କଣ ହେଲ୍ଥ ଇନସ୍ୟୁରାନ୍ସ ଦରକାର?
-
ହଁ। ଆପଣଙ୍କର ଇନ୍ସ୍ୟୁରାନ୍ସ ଦରକାର ହେବ। ଯଦିଓ ଆପଣ ଯୁବକ ଏବଂ ସୁସ୍ଥ ଅଛନ୍ତି, ଏବଂ ଅନେକ ବର୍ଷ ହେଲା ଡାକ୍ତରଙ୍କୁ ଦେଖା କରିବା ଦରକାର ପଡ଼ିନାହିଁ, ଆପଣଙ୍କୁ ଦୁର୍ଘଟଣା କିମ୍ବା ଜରୁରୀକାଳୀନ ପରିସ୍ଥିତି ଭଳି ଆକସ୍ମିକ ଘଟଣା ପାଇଁ କଭରେଜ୍ ଦରକାର ପଡ଼ିବ। ଆପଣଙ୍କ ହେଲ୍ଥ ଇନସ୍ୟୁରାନ୍ସ କଭରେଜ୍ (ନିଆଯାଇଥିବା ପଲିସି ଉପରେ ନିର୍ଭର କରି) ନିୟମିତ ଡାକ୍ତରଙ୍କ ଭିଜିଟ୍ ଭଳି ବହୁତ ଦାମୀ ନ ଥିବା ଜିନିଷଗୁଡ଼ିକ ପାଇଁ ଦେୟ ପଇଠ କରିପାରେ/କିମ୍ବା ନ କରିପାରେ, କଭରେଜ୍ ନେବାର ମୁଖ୍ୟ କାରଣ ହେଉଛି ଗୁରୁତର ଅସୁସ୍ଥତା କିମ୍ବା କ୍ଷତର ବ୍ୟୟବହୁଳ ଚିକିତ୍ସା ବିପକ୍ଷରେ ସୁରକ୍ଷା। କେହି ଜାଣି ନ ଥାନ୍ତି କେତେବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିବେ। ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ଟଙ୍କା ସଞ୍ଚୟ କରିବା ପାଇଁ ହେଲ୍ଥ ଇନସ୍ୟୁରାନ୍ସ କିଣିବା ସବୁଠାରୁ ଭଲ।