ଅଭିଯୋଗ ର ସୁଧାର ପ୍ରକ୍ରିୟା

PrintPrintEmail this PageEmail this Page

IFFCO TOKIO ଗ୍ରାହକ ଅଭିଯୋଗ ନିବାରଣ ନୀତି

ଊର୍ଦ୍ଧ୍ବଗମନ ସ୍ତର 1

ଗ୍ରାହକମାନଙ୍କୁ ଯଥାସମ୍ଭବ ସର୍ବୋତ୍ତମ ସେବା ଦେବା ପାଇଁ କମ୍ପାନି ପ୍ରତିଶ୍ରୁତିବଦ୍ଧ । ତଥାପି, ଯଦି ଆପଣ ଆମ ସେବାରେ ସନ୍ତୁଷ୍ଟ ନୁହନ୍ତି ଏବଂ ଏକ ଅଭିଯୋଗପତ୍ର ଦାୟର କରିବାକୁ ଚାହୁଁଛନ୍ତି, ତେବେ ଆପଣ ଅନ୍‌ଲାଇନ୍‌ରେ ଉପଲବ୍‌ଧ ଫର୍ମ ପୂରଣ କରିପାରିବେ କିମ୍ବା ଆପଣ support@iffcotokio.co.in inରେ ଆମ ଗ୍ରାହକ ସେବା ଡେସ୍କକୁ ଇମେଲ ପଠାଇପାରିବେ ।

କମ୍ପାନି କିମ୍ବା ଏହାର ଗୁରୁଗ୍ରାମରେ ଥିବା କାର୍ଯ୍ୟାଳୟରେ ଅଭିଯୋଗପତ୍ର ପାଇବା ତାରିଖରୁ 15 ଦିନ ମଧ୍ୟରେ ଘଟଣାର ଆଭ୍ୟନ୍ତରୀଣ ଅନୁସନ୍ଧାନ ପୂର୍ବକ ଚୂଡ଼ାନ୍ତ ଫଇସଲା କରି ଆମେ ଆମ ଉତ୍ତର ପଠାଇବୁ । ଯଦି ସମାଧାନ ପାଇଁ ଅଧିକ ସମୟ ଆବଶ୍ୟକ ହୁଏ, ତେବେ ଆମେ ଏକ ଅନ୍ତରୀଣ ଉତ୍ତର ଜରିଆରେ ଏ ସଂପର୍କରେ ସୂଚନା ଦେବୁ ।

ଊର୍ଦ୍ଧ୍ବଗମନ ସ୍ତର 2

ସମୁଚିତ ଉତ୍ତର ନ ମିଳିଲେ କିମ୍ବା ଆପଣଙ୍କ ଆଶାନୁରୂପ ସମାଧାନ ନ ହେଲେ ଆପଣ ଗ୍ରାହକ ସେବା ମୁଖ୍ୟଙ୍କୁ chiefgrievanceofficer@iffcotokio.co.in ମେଲ ଠିକଣରେ ଲେଖିପାରିବେ ।

ବିଷୟବସ୍ତୁ ପରୀକ୍ଷଣ କରି, ଏହି ଇମେଲ ଆଇଡିରେ ଅଭିଯୋଗପତ୍ର ପ୍ରାପ୍ତି ତାରିଖର 14 ଦିନ ମଧ୍ୟରେ ଆମେ ଆପଣଙ୍କୁ ଆମର ଚୂଡ଼ାନ୍ତ ଉତ୍ତର ଜଣାଇବୁ ।

ଊର୍ଦ୍ଧ୍ବଗମନ ସ୍ତର 3

ଯଦି ଆମ ନିକଟରେ ଅଭିଯୋଗପତ୍ର ଦାଖଲ କରିବାର 30 ଦିନ ମଧ୍ୟରେ ଆପଣଙ୍କୁ ଆମଠାରୁ ସନ୍ତୋଷଜନକ ଉତ୍ତର ନ ମିଳେ ଏବଂ ଅଭିଯୋଗର ସମାଧାନ ପାଇଁ ଅନ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ଆପଣ ଏହା ଉପସ୍ଥାପନ କରିବାକୁ ଚାହାନ୍ତି, ତେବେ ଆପଣ ବୀମା ନିୟାମକ ଏବଂ ଉନ୍ନୟନ କର୍ତ୍ତୃପକ୍ଷ (Insurance Regulatory & Development Authority) କିମ୍ବା ବୀମା ଲୋକପାଳ (Insurance Ombudsman)ଙ୍କୁ ଜଣାଇ ପାରନ୍ତି । ନିମ୍ନରେ ସେମାନଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ଦିଆଗଲା ।

ବୀମା ନିୟାମକ ଏବଂ ଉନ୍ନୟନ କର୍ତ୍ତୃପକ୍ଷ (Insurance Regulatory & Development Authority)

ୟୁନାଇଟେଡ୍‌ ଇଣ୍ଡିଆ ଟାୱାର, 9ମ ମହଲା, 3-5-817/818 (United India Tower, 9th floor, 3-5-817/818
ବସିରବାଗ୍, ହାଇଦ୍ରାବାଦ-500 029
ସଂପର୍କ ସ୍ଥାପନ ନମ୍ବର: 040-66514888

ନିଃଶୁଳ୍କ ନମ୍ବର:  155255
ଇମେଲ ଆଇଡି: complaints@irda.gov.in

ବିଭିନ୍ନ କେନ୍ଦ୍ରରେ ଅବସ୍ଥାପିତ ବୀମା ଲୋକପାଳ (Insurance Ombudsman)ଙ୍କ ସଂପର୍କିତ ତଥ୍ୟ ପାଇଁ ଏଠାରେ କ୍ଲିକ୍‌ କରନ୍ତୁ

 


Download Motor Policy

Feedback