PrintPrintEmail this PageEmail this Page

ଆମ ପାଇଁ ଉଦ୍ଦିଷ୍ଟ ଦାବି ସମ୍ବନ୍ଧିତ ସମସ୍ତ ପ୍ରଶ୍ନର ଉତ୍ତର ପାଇ ପାରିବେ|

FAQs

ଆଇଡିଭି ବୀମିତ ର ଘୋଷିତ ମୂଲ୍ୟ ପାଇଁ ହୋଇଥାଏ ଯାହାକୁ ବାହାନ ର ବୀମା ରାଶି ମାନା ଯାଏ|ବାହାନ ର ଆଇଡିଭି ବ୍ରାଣ୍ଡ ଏବଂ ମଡେଲ ଉପରେ ଉତ୍ପା୍ଦକଙ୍କ ସୂଚିତ ବିକ୍ରି ମୂଲ୍ୟ ଆଧାରରେ ସ୍ଥିର କରା ଯାଇଥାଏ, ବାହାନ ର ବୟସ ଆଧାର ଉପରେ ମୂଲ୍ୟ ହ୍ରାସ ର ମାର୍ଜିନ ନିର୍ଦ୍ଧାରଣ କରାଯିବା ଉଚିତ|

ଏକ ଦାବି ବିହିନ ବୋନସ ବୀମା କର୍ତ୍ତଙ୍କ ଠାରୁ ପଲିସି ଧାରକଙ୍କୁ ଦିଆଯାଇଥିବା ରିହାତି ଯିଏକି ତାଙ୍କର କାର ବୀମା ର ପଲିସି ଅବଧି ରେ କୌଣସି ଦାବି କରି ନାହାନ୍ତି| ସାଧାରଣତଃ ଏହା ପ୍ରଥମ ଦାବି ରହିତ ପଲିସି ଅବଧି 20%ରୁ ଆରମ୍ଭ ହୋଇ ଅଧିକତମ 50% ପର୍ଯ୍ୟନ୍ତ ହୋଇଥାଏ|

ଲୋଡିଂ ଏକ ଅତିରିକ୍ତ ପ୍ରିମିୟମ, ଯାହା ପଲିସି ନବୀକରଣ ସମୟରେ ଦିଆ ଯାଇଥାଏ ଯଦି ପଲିସି ଅବଧି ମଧ୍ୟରେ ଦାବିର ଅନୁଭବ ପ୍ରତିକୂଳ ହୋଇଥାଏ|

ଯଦି ଆପଣଙ୍କ ଗାଡି ରେ ଚୋରି ବିରୋଧୀ ଉପକରଣ ସ୍ଥାପିତ ହୋଇଥାଏ ତେବେ ରିହାତି ଉପଲବ୍ଧ କିନ୍ତୁ ଏହି ସର୍ତ୍ତ ରେ କି ଉପକରଣ ଟି ଭାରତ ର ଅଟୋମୋବାଇଲ ରିସର୍ଚ ଇନଷ୍ଟିଚିଉଟ ଦ୍ୱାରା ଅନୁମୋଦିତ ଏବଂ ସ୍ଥାପନ ଅଟୋମୋବାଇଲ ଆସୋସିଏସନ ତରଫରୁ ସ୍ୱୀକୃତ ହୋଇଥିବା ଆବଶ୍ୟକ|

ଦାବି କ୍ଷେତ୍ରରେ କୌଣସି ଅତିରିକ୍ତ ପ୍ରିମିୟମ ଦେବାକୁ ପଡିବ ନାହିଁ କିନ୍ତୁ ଦାବି ଅନୁଭୂତି ଯଦି ଖରାପ ଥାଏ ତେବେ କୋମ୍ପାନି ନିୟମ ଅନୁଯାୟୀ ଲୋଡିଂ ହୁଏତ ଚାର୍ଜ କରାଯିବ| ଆପଣ କେବଳ ଦାବି ରହିତ ବୋନସ ହରେଇବେ ଯାହା ଯଦି ଆପଣ ପଲିସି ଉପରେ କିଛି ଦାବି ନକରିଥିଲେ ପାଇ ଥାଆନ୍ତେ|

ଗୋଟିଏ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇ ସଂପୂର୍ଣ୍ଣ କ୍ଷତି ଗ୍ରସ୍ତ ହେଇଗଲା ପରେ ଯେଉଁ ଠାରୁ କି ତାକୁ ପୂର୍ବ ଅବସ୍ଥା କୁ ଆଣିବା ଅସମ୍ଭବ, ତାକୁ ରଦି ମୂଲ୍ୟରେ ବିକ୍ରି କରିବା ହେଉଛି କ୍ଷତିରୁ ବଂଚେଇବା|

ବିଶେଷ ବହିଷ୍କରଣ:

  • ସଂଚାଳିତ ଭୌଗଳିକ କ୍ଷେତ୍ରର ବାହାରେ୍ହୋଇଥିବା ଦୁର୍ଘଟଣା
  • ପରିଣାମୀ ହାନି, ସାଧାରଣ ଛିଣ୍ଡା ଛିଣ୍ଡି
  • ସେହି ଶ୍ରେଣୀ ର ଗାଡି ପାଇଁ ବୈଧ ଲାଇସେନ୍ସ ବିନା ଡ୍ରାଇଭିଂ
  • Driving under the influence of liquor / drugs
  • ବ୍ୟବାହୃତ ସୀମା ଅନୁସାରେ ବ୍ୟବହାର ନକରିବା
  • ମେକାନିକାଲ ଭଂଗା ରୁଜା କିମ୍ବା ବୈଦୁତିକ ଭଂଗ, ବିଫଳତା ଆଦି ଯାହା ବିଶିଷ୍ଟ ବହିଷ୍କରଣ ଅନ୍ତର୍ଭୁକ୍ତ|
  • ବିଲୁପ୍ତ କ୍ଷତି, ଭଡା କିମ୍ବା ପୁ୍ରଷ୍କାର
  • ଚକ କିମ୍ବା ଟିଉ ର କ୍ଷତି ଯେବେ ପର୍ଯ୍ୟନ୍ତ ସେ ଗାଡି କ୍ଷତିଗ୍ରସ୍ତ ହୋଇନାହିଁ କିମ୍ବା ଓରି ହୋଇନାହିଁ|

ସାଧାରଣ ବହିଷ୍କରଣ:

  • ରେଡିଓ ଆକ୍ଟିଭ ସଂଦୁଷଣ,ପରମାଣୁ ବିଖଣ୍ଡନ, ଯୁଧ ଆକ୍ରମଣ|

ତମେ ନିମ୍ନଲିଖିତ ସର୍ତ୍ତରେ ଦାବି କରି ପାରିବ:

  • ଗାଡି ପାଇଁ ଉଦ୍ଦିଷ୍ଟ ବୀମା ପଲିସି କାର୍ଯ୍ୟରତ ଥିବା ଉଚିତ|,
  • ଯଦି ଆପଣ ନିଯୁକ୍ତ ଡ୍ରାଇଭର ପାଇଁ ପ୍ରିମିୟମ ଦେଇଛନ୍ତି କିମ୍ବା ଏହା ଆପଣଙ୍କ ଅନୁମତି କ୍ରମେ ଡ୍ରାଇଭ କରାଯାଇଛି|
  • ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କ ପାଖରେ ବିଧି ବଧ ଲାଇସେନ୍ସ ଥିବା ଆବଶ୍ୟକ କାରଣ ପ୍ରିମିୟମ ଗାଡିର ବସିବାର କ୍ଷମତା ଆଧାରରେ ନିଆଯାଇଥାଏ, ଯାହା ଡ୍ରାଇଭର ସିଟ ରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରିଥାଏ|

ଏହା ସବୁ ସମୟରେ ଜରୁରୀ ନୁହେଁ କି ଦାବି କରିବା ବିଶେଷ କରି ଯେବେ ହାନି ଛୋଟ ଥାଏ| ପ୍ରକୃତରେ ଛୋଟ ହାନି ପାଇଁ ଦାବି କରିବା ଉଚିତ ନୁହେଁ କାରଣ, ନାଁ କେବଳ ମୂ୍ଲ୍ୟହ୍ରାସ ଏବଂ ଅତିରିକ୍ତ ପାଇଁ ଦେୟ କରିବାକୁ ପଡିବ, ଦାବି ରାଶିକୁ ମଧ୍ୟ ଏକ ଛୋଟ ସଂଖ୍ୟା ରୁ କମ କରିବାକୁ ପଡିବ ଏବଂ ନବୀକରଣ ସମୟରେ ଦାବି ରହିତ ବୋନସ(ଯଦି ଥାଏ) ମଧ୍ୟ ହରେଇବେ| ତଥାପି, ଯଦି ଆପଣ ଦାବି ନକରିବାର ନିଷ୍ପତି ନେଇ ସାରିଛନ୍ତି, ପରବର୍ତ୍ତୀ ସମୟରେ ଏହି ହାନି ପାଇଁ ଦାବି କରି ପାରିବେ ନାହିଁ|

ଆପଣଙ୍କୁ ଉଇଣ୍ଡ ସ୍କ୍ରିନ କାଚ ପାଇଁ ପୂର୍ଣ୍ଣ ପ୍ରତିପୁର୍ତ୍ତି ମିଳିବ| ତଥାପି ରବର ଲାଇନିଂ ଏବଂ ସିଲେଣ୍ଟ ରେ 50% ର ମୂଲ୍ୟ ହ୍ରାସ ରହିବ| ଏହା ସହିତ, ଆପଣଙ୍କୁ ପଲିସିର ଅତିରିକ୍ତ ବହନ କରିବାକୁ ପଡିବ|

ବିଶେଷ ସର୍ତ୍ତରେ ଯେ କୌଣସି ଦାବି କୌଅଣସି ଭି ବୀମା କୋମ୍ପାନି ଦ୍ୱାରା ଅସ୍ୱୀକାର କରାଯାଇ ପାରିବ| କିଛି ସାଧାରଣ କାରଣ ଯାହା ପାଇଁ ହୁଏତ ଦାବି ଅସ୍ୱୀକୃତ ହୋଇପାରେ ସେଗୁଡିକ ହେଲା:

  • ପଲିସି ର ଅବଧି ଶେଷ ହୋଇଯାଇଛି କିମ୍ବା ପଲିସି ରଦ୍ଦ କରି ଦିଆ ଯାଇଛି କିମ୍ବା ପ୍ରିମିୟମ ଚେକ ଉଲ୍ଲଘଂନ କରି ଥିବାରୁ ପଲିସି କୁ ଅମାନ୍ୟ କରି ଦିଆ ଯାଇଛି|
  • ଏହା ମଧ୍ୟ ହୋଇପାରେ କି ଦୁର୍ଘଟଣା କିମ୍ବା ହାନି ପଲିସି ଅବଧି ବାହାରେ ହୋଇଛି|
  • ଦୁର୍ଘଟଣା ସମୟରେ ଗାଡି ଚଲାଉଥିବା ବ୍ୟକ୍ତି କୌଣସି ନଶା ର ପ୍ରଭାବରେ ଥିଲେ କିମ୍ବା ତାଙ୍କ ପାଖରେ ବୈଧ ଲାଇସେନ୍ସ ନଥିଲା|
  • ଏପରି ପରିସ୍ଥିତି ମଧ୍ୟ ହୋଇପାରେ କି ଯେଉଁଠାରେ ଗାଡିର ମାଲିକାନା ବଦଳି ଯାଇଛି କିନ୍ତୁ ଏହି ପରିବର୍ତ୍ତନର 14 ଦିନ ପର୍ଯ୍ୟନ୍ତ ବୀମା କୋମ୍ପାନିକୁ ଏ ବିଷୟରେ ସୂଚିତ କରାଯାଇ ନାହିଁ କିମ୍ବା ହାନି ପାଇଁ କରାଯାଇଥିବା ଦାବି ପଲିସି ଅବଧି ପୂର୍ବରୁ ହୋଇଛି|
  • କିଛି ଅନ୍ୟ କାରଣ ହେଇପାରେ କି ହାନିର ପ୍ରକୃତି ଦୁର୍ଘଟଣା ର କାରଣ ସହିତ ସମ୍ବନ୍ଧିତ ନୁହେଁ କିମ୍ବା ଗାଡି ଟି ବ୍ୟକ୍ତିଗତ କିମ୍ବା ସାମାଜିକ ଉଦ୍ଦେଶ୍ୟ ଛଡା ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି|

Download Motor Policy

Feedback