PrintPrintEmail this PageEmail this Page

ଆଚରଣ ବିଧି

  • ପ୍ରତ୍ୟେକ ଲାଇସେନ୍ସପ୍ରାପ୍ତ ଏଜେଣ୍ଟ ତଳେ ଉଲ୍ଲେଖ କରାଯାଇଥିବା ଆଚରଣ ବିଧି ଅନୁସରଣ କରିବେ

ପ୍ରତ୍ୟେକ ଏଜେଣ୍ଟ

  • ଏହାର ବୀମା ନିର୍ବାହୀ ଏବଂ ପ୍ରତ୍ୟେକ ନିର୍ଦିଷ୍ଟ ବ୍ୟକ୍ତିର ସମସ୍ତ ଭ୍ରାନ୍ତି ଏବଂ ସମ୍ପୃକ୍ତି ପାଇଁ ଦାୟୀ ରହିବେ
  • ବୀମା ନିର୍ବାହୀ ଏବଂ ସମସ୍ତ ନିର୍ଦିଷ୍ଟ ବ୍ୟକ୍ତିମାନେ ସେମାନେ ବିକ୍ରୟ କରୁଥିବା ବୀମା ଉତ୍ପାଦ ଉପରେ ସଠିକ ଭାବେ ପ୍ରଶିକ୍ଷଣପ୍ରାପ୍ତ, ଦକ୍ଷ ଏବଂ ଜ୍ଞାନସମ୍ପନ୍ନ ହୋ‍ଇଥିବା ସୁନିଶିତ କରିବେ;
  • ବୀମା ନିର୍ବାହୀ ଏବଂ ସମସ୍ତ ନିର୍ଦିଷ୍ଟ ବ୍ୟକ୍ତିମାନେ ସମ୍ଭାବ୍ୟ ଗ୍ରାହକଙ୍କୁ ନୀତି ବିରୁଦ୍ଧ ପଲିସି ଲାଭ ଏବଂ ରିଟର୍ଣ୍ଣ ଉପରେ କୌଣସି ଭୁଲ ଉପସ୍ଥାପନା ନ କରିବାକୁ ସୁନିଶ୍ଚିତ କରିବେ;
  • କୌଣସି ସମ୍ଭାବ୍ୟ ଗ୍ରାହକଙ୍କୁ ବୀମା ଉତ୍ପାଦ କିଣିବା ପାଇଁ ବାଧ୍ୟ କରାନଯିବାକୁ ସୁନିଶ୍ଚିତ କରିବେ;
  • ବୀମାକୃତଙ୍କୁ ବୀମା ଉତ୍ପାଦ ଉପରେ ଯଥେଷ୍ଠ ବିକ୍ରୟ ପୂର୍ବ ଏବଂ ବିକ୍ରୟ ପରବର୍ତ୍ତୀ ପରାମର୍ଶ ପ୍ରଦାନ କରିବେ;
  • ଗୋଟିଏ ଦାବି ଘଟଣାରେ ବୀମାକୃତଙ୍କୁ ସମସ୍ତ ଆନୁଷ୍ଠାନିକତା ଓ ଡକ୍ୟୁମେଣ୍ଟେଶନ ସମ୍ପନ୍ନ କରିବା କ୍ଷେତ୍ରରେ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗିତାର ହାତ ପ୍ରସାରିତ କରିବେ;
  • ଏହି ତଥ୍ୟ ପ୍ରତି ୟଥେଷ୍ଟ ଆଲୋକପାତ କରିବେ ଯେ ଏଜେଣ୍ଟ ନିଜେ କୌଣସି ପଲିସି ଅଣ୍ଡର ରାଇଟ କରିବେ ନାହିଁ ବା ନିଜେ ବୀମା କମ୍ପାନୀ ହୋଇ କାର୍ଯ୍ୟ କରିବେ ନାହିଁ;ବୀମା କମ୍ପାନୀ ଏବଂ ଏଜେଣ୍ଟ ଏମିତି ଏକ ଚୁକ୍ତି ସ୍ୱାକ୍ଷର କରିବେ ଯେଉଁଥିରେ କି ଉଭୟଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ବର୍ଣିତ ହୋଇଥିବ |
  • ପ୍ରତ୍ୟେକ ଏଜେଣ୍ଟ ବା ଜଣେ ବୀମା ନିର୍ବାହୀ ବା ଜଣେ ନିର୍ଦିଷ୍ଟ ବ୍ୟକ୍ତି ତଳେ ବର୍ଣ୍ଣନା କରାଯାଇଥିବା ଆଚରଣବିଧି ଅନୁସରଣ କରିବେ
    • ପ୍ରତ୍ୟେକ ଏଜେଣ୍ଟ/ବୀମା ନିର୍ବାହୀ/ନିର୍ଦିଷ୍ଟ ବ୍ୟକ୍ତି----
      • ସେ ନିଜକୁ ଏବଂ ଯାହାଙ୍କୁ ସେ ପ୍ରତିନିଧିତ୍ୱ କରୁଛନ୍ତି ତାହାକୁ ଚିହ୍ନିତ କରିବେ
      • ଦାବି ଅନୁସାରେ ତାଙ୍କର ଲାଇସେନ୍ସ/ପ୍ରମାଣପତ୍ର ସମ୍ଭାବ୍ୟ ଗ୍ରାହକଙ୍କ ପାଖରେ ପ୍ରକାଶ କରିବେ
      • ତାଙ୍କର ବୀମାକୃତଙ୍କ ବିକ୍ରି ପାଇଁ ଦିଆଯାଇଥିବା ବୀମା ଉତ୍ପାଦ ସମ୍ପର୍କରେ ପ୍ରୟୋଜନୀୟ ତଥ୍ୟ ପ୍ରଚାର କରିବେ ଏବଂ ଗୋଟିଏ ନିର୍ଦିଷ୍ଟ ବୀମା ପ୍ଲାନ ସୁପାରିଶ କରିବା ସମୟରେ ଗ୍ରାହକଙ୍କର ଚାହିଦାକୁ ବିଚାର ମଧ୍ୟକୁ ନେବେ;
      • ସମ୍ଭାବନା ଦ୍ୱାରା ଜାଣିବାକୁ ଚାହିଁବା ସ୍ଥଳେ ବିକ୍ରୟ କରାଯିବା ସ୍ଥଳେ ବୀମା ଉତ୍ପାଦ ଉପରେ କମିଶନର ମାତ୍ରାକୁ ପ୍ରକାଶ କରିବେ;
      • ବିକ୍ରୟ ପାଇ ଦିଆଯାଇଥିବା ବୀମା ଉତ୍ପାଦ ପାଇଁ ବୀମାକାରୀଙ୍କ ଦ୍ୱାରା ଆଦାୟ କରାଯାଉଥିବା ପ୍ରିମିୟମ ନିର୍ଦେଶିତ କରିବେ;
      • ବୀମାକାରୀଙ୍କ ଦ୍ୱାରା ପ୍ରସ୍ତାବ ଫର୍ମରେ ପ୍ରତ୍ୟାଶିତ ତଥ୍ୟର ପ୍ରୟୋଜନର ପ୍ରକୃତି; ଏବଂ ବୀମା ଚୁକ୍ରି କ୍ରୟ ମଧ୍ୟରେ ବସ୍ତୁଗତ ଉପାଦାନର ତଥ୍ୟ ପ୍ରକାଶର ଗୁରୁତ୍ୱ ମଧ୍ୟ ବ୍ୟାଖ୍ୟା କରିବେ;
      • ସମ୍ଭାବ୍ୟ ଗ୍ରାହକଙ୍କ ସମ୍ପର୍କରେ ସମସ୍ତ ଯୁକ୍ତିସମ୍ମତ ଅନୁସନ୍ଧାନ କରି ସମ୍ଭାବନାର କୌଣସି ପ୍ରତିକୁଳ ଅଭ୍ୟାସ ବା ଆୟରେ ଅସଙ୍ଗତିକୁ, ଏକ ରିପୋର୍ଟ ଆକାରରେ(ଯାହାକୁ ବୀମା ଏଜେଣ୍ଟଙ୍କର ଗୋପନୀୟ ରିପୋର୍ଟ" କୁହାଯାଏ) ଏବଂ କୌଣସି ବସ୍ତୁଗତ ତଥ୍ୟ ଯାହା ପ୍ରତିକୂଳଭାବେ ବୀମା କମ୍ପାନୀର ପ୍ରସ୍ତାବ ଅନୁମୋଦନ ହିସାବରେ ସିଦ୍ଧାନ୍ତ ଗ୍ରହଣକୁ ପ୍ରଭାବିତ କରିପାରେ, ତାହାକୁ ପ୍ରତ୍ୟେକ ପ୍ରସ୍ତାବ ସହିତ ବୀମା କମ୍ପାନୀର ନଜରକୁ ଆଣିବେ;
      • ବୀମାକାରୀ ଦ୍ୱାରା ପ୍ରସ୍ତାବ ଗ୍ରହଣ ବା ପ୍ରତ୍ୟାଖ୍ୟାନ ସମ୍ପର୍କରେ ସମ୍ଭାବନାକୁ ଅବିଳମ୍ବେ ଅବଗତ କରାଇନେ;
      • ପ୍ରସ୍ତାବ ସମ୍ପୂର୍ଣ୍ଣ କରିବା ପାଇଁ ବୀମାକାରୀ ପାଖରେ ଫର୍ମ ଜମା କରିବା ସମୟରେ ପ୍ରୟୋଜନୀୟ କାଗଜପତ୍ର ସଂଗ୍ରହ କରିବେ; ଏବଂ ପରବର୍ତ୍ତୀ ସମୟରେ ବୀମାକାରୀ ଦ୍ୱାରା ମଗାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକ ସଂଗ୍ରହ କରିବେ;
      • ବୀମାକାରୀ ଦ୍ୱାରା ଦାବିର ନିସ୍ପତ୍ତି ପାଇଁ ପ୍ର୍ୟୋଜନୀୟତା ମାନି ଚଳିବାକୁ ପଲିସିଧାରକ ବା ଦାବୀଦାର ବା ସୁବିଧାଭୋଗୀମାନଙ୍କ ପ୍ରୟୋଜନୀୟ ସହାୟତା ପ୍ରଦାନ କରିବା;
      • ପ୍ରତ୍ୟେକ ପଲିସିଧାରକଙ୍କୁ ନୋମିନେଶନ ବା ନିୟୋଗ କରିବା ପାଇଁ ବା ଠିକଣା ବଦଳ କରିବା ପାଇଁ ବା ପରିସ୍ଥିତି ସ୍ଥଳେ ବିକଳ୍ପର ପ୍ରୟୋଗ କରିବା ପାଇଁ ପରାମର୍ଶ ଦେବେ, ଏବଂ ଏଥିପାଇଁ ଯେଉଁଠି ପ୍ରୟୋଜନ ହେବ ଆବଶ୍ୟକିୟ ସହାୟତା ଯୋଗାଇଦେବେ;
    • କୌଣସି ଏଜେଣ୍ଟ/ବୀମା ନିର୍ବାହୀ/ନିର୍ଦିଷ୍ଟ ବ୍ୟକ୍ତି -

       

      • କୌଣସି ବୈଧ ଲାଇସେନ୍ସ/ପ୍ରମାଣପତ୍ର ଛଡ଼ା ବୀମା ବ୍ୟବସାୟ ଅନୁରୋଧ ବା କ୍ରୟ କରିବେ ନାହିଁ;
      • ସମ୍ଭାବ୍ୟ ଗ୍ରାହକଙ୍କୁ ପ୍ରସ୍ତାବ ଫର୍ମରେ କୌଣସି ଉପାଦାନର ତଥ୍ୟ ପ୍ରତ୍ୟାହାର କରିବାକୁ ଉତ୍ସାହିତ କରିବେ ନାହିଁ;
      • ପ୍ରସ୍ତାବ ଗ୍ରହଣ ପାଇଁ ବୀମାକାରୀ ପାଖରେ ଦାଖଲ କରାଯିବାକୁ ଥିବା ପ୍ରସ୍ତାବ ଫର୍ମରେ ବା ଡକ୍ୟୁମେଣ୍ଟରେ ଭୁଲ ତଥ୍ୟ ପରିବେଷଣ କରିବା ପାଇଁ ଉତ୍ସାହିତ କରିବେ ନାହିଁ;
      • ସମ୍ଭାବନା ସହିତ ଶିଷ୍ଟାଚାରହୀନ ଭାବରେ ଆଚରଣ କରିବେ ନାହିଁ;
      • ଅନ୍ୟ କୌଣସି ନିର୍ଦିଷ୍ଟ ବ୍ୟକ୍ତି ବା ବୀମା ମଧ୍ୟସ୍ଥତାକାରୀଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିବା ସମ୍ଭାବନାରେ ହସ୍ତକ୍ଷେପ କରିବେ ନାହିଁ;
      • ବୀମାକାରୀ ଦ୍ୱାରା ଦିଆଯାଇଥିବା ବ୍ୟତିତ ଅନ୍ୟ କୌଣସି ଦର, ସୁବିଧାସମୂହ, ଶର୍ତାବଳୀ ପ୍ରଦାନ କରିବେ ନାହିଁ;
      • ବୀମା ଚୁକ୍ତି ଅଧିନରେ ହିତାଧିକାରୀ ପାଖରୁ କୌଣସି ଚାହିଦା ବା ଆୟର ଅଂଶ ଗ୍ରହଣ କରିବେ ନାହିଁ;
      • କୌଣସି ପଲିସିଧାରକଙ୍କୁ ବିଦ୍ୟମାନ ପଲିସିକୁ ବନ୍ଦ କରିବା ପାଇଁ ବାଧ୍ୟ କରିବେ ନାହିଁ ଏବଂ ବନ୍ଦ ହେବା ତାରିଖ ଠାରୁ ତିନି ବର୍ଷ ମଧ୍ୟରେ ତାଙ୍କ ପାଖରୁ ନୁତନ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ ନାହିଁ;
      • ଜଣେ ବ୍ୟକ୍ତି ବା ଗୋଟିଏ ପ୍ରତିଷ୍ଠାନ ବା ଏକାଧିକ ପ୍ରତିଷ୍ଠାନର ଦଳ ଠାରୁ କୌଣସି ଏଜେଣ୍ଟ ବୀମା ବ୍ୟବସାୟର ଏକ ଅଲଗା ପୋର୍ଟଫୋଲିଓ ରଖିବେ ନାହିଁ ଯାହା ଅଧିନରେ କୌଣସି ବର୍ଷରେ ଅର୍ଜନ କରାଯାଇଥିବା ପ୍ରିମିୟମ ମୋଟ ପ୍ରିମିୟମର ପଚାସ ଶତକଡାରୁ ଅଧିକ ହୋ‍ଇଥିବ; 
      • ଯଦି ତାଙ୍କ ଲାଇସେନ୍ସ ନିର୍ଧାରିତ ବ୍ୟକ୍ତିଙ୍କ ଦ୍ୱାରା ପୂର୍ବରୁ ବାତିଲ କରିଦିଆଯାଇଥାଏ ଏବଂ ବାତିଲ କରାଯିବା ତାରିଖ ଠାରୁ ପଞ୍ଚ ବର୍ଷର ମିୟାଦ ପୂର୍ଣ୍ଣ ହୋ‍ଇନାହିଁ ତେବେ ଜଣେ ବୀମା ଏଜେଣ୍ଟ ଭାବେ କାର୍ଯ୍ୟ କରିବା ପାଇଁ ନୁତନ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ନାହିଁ;
      • କୌଣସି ବୀମା କମ୍ପାନିର ପରିଚାଳକ ହେବେନାହିଁ ବା ରହିବେ ନାହିଁ;
    • ପ୍ରତ୍ୟେକ ଏଜେଣ୍ଟ, ଇତିମଧ୍ୟରେ ତାଙ୍କ ମାଧ୍ୟମରେ ପ୍ରାପ୍ତ କରାଯାଇଥିବା ବୀମା ବ୍ୟବସାୟ ସଂରକ୍ଷଣ କରିବାକୁ ଦୃଷ୍ଟିରେ ରଖି, ନିର୍ଦିଷ୍ଟ ସମୟ ମଧ୍ୟରେ ପଲିସିଧାରକଙ୍କ ଦ୍ୱାରା ପ୍ରିମିୟମ ପୈଠ କରିବାକୁ ସୁନିଶ୍ଚିତ କରିବାକୁ ଚେଷ୍ଠା କରି, ପଲିସିଧାରକଙ୍କୁ ମୌଖିକ ଏବଂ ଲିଖିତ ଆକାରରେ ନୋଟିସ ପ୍ରଦାନ କରିବେ |
    • କମ୍ପାନୀର କୌଣସି ପରିଚାଳକ ବା ଫାର୍ମର ଅଂଶୀଦାର ବା ପ୍ରଧାନ ନିର୍ବାହୀ ବା ବୀମା ନିର୍ବାହୀ ଅଥବା ବିଶେଷ ବ୍ୟକ୍ତି ଅବ୍ୟ କୌଣସି କମ୍ପାନୀରେ ଅନ୍ୟ ଏଜେଣ୍ଟ ସହିତ ଅନୁରୁପ ଅବସ୍ଥାନ ଧାରଣ କରିବେ ନାହିଁ |

Download Motor Policy

Feedback