PrintPrintEmail this PageEmail this Page

କିପରି ଜଣେ ବୀମା ଏଜେଣ୍ଟ ହେଇପାରିବେ:

ଯୋଗ୍ୟତା:

  • ଭାରତର ନାଗରିକ
  • ବୟସ 18 ବର୍ଷ ହେବା ଉଚିତ
  • ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା
    • I  I  ଗ୍ରାମୀଣ: - ଦଶମ ଉତ୍ତିର୍ଣ୍ଣ((ଗ୍ରାମୀଣ ପ୍ରମାଣପତ୍ର ଆବଶ୍ୟକ | ଏହା ଏକ ପ୍ରଶଂସାପତ୍ର ଯାହା ବିଡିଓ ବା ସରପଞ୍ଚ ଦ୍ୱାରା ଜାରି କରାଯାଏ ଯେଉଁଥିରେ ବ୍ୟକ୍ତି ଜଣକ ସେହି ନିର୍ଦିଷ୍ଟ ଗ୍ରାମର ଅଧିବାସୀ ଯେଉଁଠି ଜନସଂଖ୍ୟା 5000 ଠାରୁ କମ ଥିବା ଦର୍ଶାଯାଇଥାଏ)
    • II  II  ସହର: - ଦ୍ୱାଦଶ ଉତ୍ତିର୍ଣ୍ଣ
  • PAN ନଂ.
  • ଚୁକ୍ତିରେ ପ୍ରବେଶ କରିବା ସମୟରେ ତାଙ୍କର କୌଣସି ଆତ୍ମୀୟ କମ୍ପାନୀର କୌଣସି କ୍ଷମତାରେ ମଧ୍ୟ ନିଯୁକ୍ତ ହୋ‍ଇନଥିବେ |(("ସମ୍ପର୍କୀୟ" କହିଲେ କର୍ମଚାରୀଙ୍କ ସହିତ ବା ପୃଥକ ଭାବେ ବାସ କରୁଥିବା ସ୍ତ୍ରୀ, ନିର୍ଭରଶୀଳ ସନ୍ତାନ ବା ନିର୍ଭରଶୀଳ ସାବତ ସନ୍ତାନ ଅନ୍ତର୍ଭୁକ୍ତ)
  • ବ୍ୟକ୍ତିଜଣଙ୍କ ପାଖରେ ଅନ୍ୟ କୌଣସିସାଧାରନ ବୀମା କମ୍ପାନୀ ଠାରୁ ଏଜେନ୍ସି ଲାଇସେନ୍ସ ନରହିବା ଉଚିତ | ଜୀବନ ବୀମା ଏଜେଣ୍ଟମାନେ ଯୌଥ ପ୍ରକ୍ରୀୟା ଅନୁସରଣ କରିବା ପ୍ରୟୋଜନ

ଆବଶ୍ୟକ ହେଉଥିବା ଦସ୍ତାବେଜଗୁଡ଼ିକ::

  • ଏଜେଣ୍ଟ ଆବେଦନ ଫର୍ମ
  • ସ୍ପନ୍‍ସରଶିପ୍‌ ଫର୍ମ
  • ଜନ୍ମ ପ୍ରମାଣପତ୍ର
  • ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର
  • PAN କାର୍ଡ
  • ତିନଟି ଷ୍ଟାମ୍ପ ଆକାରର ଫଟୋ
  • ଠିକଣା ପ୍ରମାଣପତ୍ର
  • ମୋବାଇଲ ନଂMobile No.
  • ଇମେଲ ଠିକଣା
  • jpg ଫର୍ମାଟରେ ଫଟୋ ଏବଂ ସ୍ୱାକ୍ଷର (ଫାଇଲର ଆକାର ଫଟୋ ପାଇଁ 50kb ଠାରୁ କମ ଏବଂ ସ୍ୱାକ୍ଷର ପାଇଁ 10kbଠାରୁ କମ ହେବା ଉଚିତ)

IRDA ପ୍ରଶିକ୍ଷଣ:

ଏକ ବୀମା ଏଜେଣ୍ଟ ଭାବେ କାର୍ଯ୍ୟ କରିବା ହେତୁ ଲାଇସେନ୍ସ ପାଇଁ ଆବେଦନ କରିଥିବା ଆବେଦନକାରୀ ଏକ IRDA ଅନୁମୋଦିତ ପ୍ରତିଷ୍ଠାନରୁ ଅତି କମରେ 50 ଘଣ୍ଟାର ସାଧାରଣ ବୀମା ବ୍ୟବସାୟରେ ବାସ୍ତବ ସହିତ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିବାକୁ ହେବ, ଯାହା ଗୋଟିଏ ସପ୍ତାହ ଧରି ଚାଲିପାରେ | ତାଙ୍କ ଲାଇସେନ୍ସର ପୂନର୍ନବିକରଣ ପାଇଁ, ଏଜେଣ୍ଟକୁ 25ଘଣ୍ଟାର ପ୍ରଶିକ୍ଷଣ ମଧ୍ୟଦେଇ ଯିବାକୁ ହୋ‍ଇଥାଏ | IFFICO ଟୋକିଓ ଦ୍ୱାରା ପ୍ରଶିକ୍ଷଣର ଖର୍ଚ ବହନ କରାଯିବ |

IRDA ପରୀକ୍ଷା:

IRDA ପ୍ରଶିକ୍ଷଣ ସଫଳତାର ସହିତ ସମ୍ପନ୍ନ ହେବା ପରେ, ପ୍ରାର୍ଥୀକୁ ଏଜେନ୍ସି ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାକୁ ପଡ଼ିବ. ପରୀକ୍ଷା ପାଇଁ ଫିସ୍‌ 350.00 ଟଙ୍କା ଏଜେଣ୍ଟ ଦ୍ୱାରା ଦିଆଯିବ | ଡିମାଣ୍ଡ ଡ୍ରାଫ୍ଟ ପରିକ୍ଷଣ କତୃପକ୍ଷ ଯେପରିକି NES.IT. ନାମରେ କାଟିବାକୁ ପଡ଼ିବ |ପରୀକ୍ଷା ପରେ ପ୍ରାର୍ଥୀକୁ ପରୀକ୍ଷା କେନ୍ଦ୍ରରେ ତାଙ୍କ ମାର୍କଶିଟ ହସ୍ତାନ୍ତ କରିବେ |

ଉତ୍ତିର୍ଣ୍ଣ ହୋ‍ଇଥିବା ପ୍ରାର୍ଥୀଙ୍କର ନିମ୍ନଲିଖିତ ଡକ୍ୟୁମେଣ୍ଟଗୁଡ଼ିକ ଲାଇସେନ୍ସସିଂ ପାଇଁ ଆବଶ୍ୟକ ହୁଏ

  • ଫର୍ମ ଭିଏ
  • ଏଜେନ୍ସି ଚୁକ୍ତି
  • ମାର୍କଶିଟର ନକଲ(ପରୀକ୍ଷା କେନ୍ଦ୍ରରେ ଦିଆଯାଇଥିବା)
  • ଲାଇସେନ୍ସ ଫୀ(ପ୍ରାର୍ଥୀଙ୍କ ଠାରୁ IFFCO ଟୋକିଓ ଜେନେରାଲ ଇନ୍‌ସୁରାନ୍ସ କମ୍ପାନୀ ଲିମିଟେଡ ନାମରେ 250.00 ଟଙ୍କାର ଚେକ୍‌)

Download Motor Policy

Feedback