PrintPrintEmail this PageEmail this Page

ଆପଣଙ୍କୁ କାହିଁକି ଜଣେ ଏଜେଣ୍ଟ ହିସବରେ ସାଧାରଣ ବୀମାରେ ଯୋଗଦାନ କରିବା ଉଚିତ:

ବିତ୍ତିୟ ପରିସେବା ସେକ୍ଟର ବାହାରେ କିଛି ଶିଳ୍ପରେ ପେଶାଦାର ମାନଙ୍କୁ ସେମାନଙ୍କ ଚାକିରିର ପ୍ରଥମ ବର୍ଷ ମଧ୍ୟରେ ଉଲ୍ଲେଖଯୋଗ୍ୟ ଆୟ କରିବାର ପ୍ରସ୍ତାବ ଦିଆଯାଏ | ବିତ୍ତିୟ ପରିସେବା ମଧ୍ୟରେହିଁ, ଜଣେ ସାଧାରଣ ବୀମା ଏଜେଣ୍ଟ ହେବା ପରି କେତେଟି ବୃତ୍ତିରେ ଦ୍ରୁତ ଏବଂ ମୋଟା ଅଙ୍କ ଅର୍ଜନ କରିବାର ସୁଯୋଗ ମିଳିଥାଏ | ତେବେ ଯଦି ଆପଣଙ୍କର ଅଦମ୍ୟ ଶକ୍ତିର ମାତ୍ରା ଥାଏ ଏବଂ ଭଲ ସମ୍ପର୍କ ନିର୍ମାଣ କରିପାରନ୍ତି, ତେବେ ଏହି ସେକ୍ଟରଟି ଆପଣଙ୍କ ପାଇଁ ହୋ‍ଇଛି |

ଭାରତର ଅଣ-ଜୀବନବୀମା ସେକ୍ଟରଟି ଏବେ ଉର୍ଦ୍ଧଗାମୀ ଅବସ୍ଥାରେ ରହିଛି ଏହି ଶିଳ୍ପଟି ଗତ କିଛି ବର୍ଷଧରି ବ୍ୟାପକ ଭାବେ ବୃଦ୍ଧି ପାଇଛି | ବିଶେଷ କରି ଅଣ ମେଟ୍ରୋ ଏବଂ ଉପ ସହରୀ ଅଞ୍ଚଳରେ, ବ୍ୟାପକ, ଧରାଯାଇନଥିବା ବ୍ୟବସାୟିକ ସମ୍ଭାବନା ରହିଛି | ଏହାଛଡ଼ା ମଧ୍ୟ ସମଗ୍ର ମାର୍କେଟ ସେଗମେଣ୍ଟରେ ଅନ ଜୀବନ ବୀମାର ଆବଶ୍ୟକତା ବୃଦ୍ଧି ପାଉଛି |ଆକର୍ଷଣୀୟ ଭାବେ, ମୂକ୍ତ ମୂଲ୍ୟ ପ୍ରବର୍ତନକୁ ଅମଳ କରିବା-ଯେଉଁଠାରେ ସାଧାରଣ ବୀମା କମ୍ପାନୀମାନେ ପ୍ରିମିୟମ ସ୍ଥିର କରିବାରେ ଏବଂ ରିହାତି ଦେବା ବିଷୟରେ ମୂକ୍ତ, ଏହି ସେକ୍ଟରକୁ ବହୁ ଆକାଂକ୍ଷିତ ପ୍ରୋତ୍ସାହନର ପ୍ରତିଶୃତି ଦିଅନ୍ତି |

ଅନ୍ୟ ସମସ୍ତ ପ୍ରକାରର ସାଧାରଣ ବୀମା ମଧ୍ୟରୁ ଅଧିକ ଅର୍ଥ ବାହନ ଓ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ରହିଛି ବୀମା ବଜାରର ଏହି ଦିଗ ପ୍ରତି ମନନିବେଶ କରୁଥିବା ଏଜେଣ୍ଟମାନେ, ପରିବାର, ବ୍ୟବସାୟ, ନିୟୋଗକର୍ତ୍ତା ଏବଂ ଅନ୍ୟ ପକ୍ଷମାନଙ୍କୁ ଯେତେବେଳେ ଜଣେ ଅସୁସ୍ଥ ହେଉଛନ୍ତି ବା ବାହନ କ୍ଷତିଗ୍ରସ୍ଥ ହେଉଛି ସେସମୟରେ ହେଉଥିବା ଆର୍ଥିକ କ୍ଷତିରୁ ରକ୍ଷା କରିଥାନ୍ତି |

ଜଣେ ଆଦର୍ଶ ବୀମା ଏଜେଣ୍ଟ ତାହାର ପ୍ରଚୁର ପରିମାଣରେ ସମୟକୁ କୌଣସି ଧରଣର ବିପଣନ କାର୍ଯ୍ୟକଳାପରେ ନୁତନ ବା ଅତିରିକ୍ତ ବିମା କଭରେଜ ପ୍ରୟୋଜନ ହେଉଥିବା ବ୍ୟକ୍ତିମାନଙ୍କୁ ଖୋଜିବାରେ ବ୍ୟୟ କରିଥାନ୍ତି, ସେମାନଙ୍କୁ IFFCO ଟୋକିଓ ର ମୂଲ୍ୟ ପ୍ରଦାନ କରିଥାନ୍ତି ଏବଂ ତାପରେ ସେମାନଙ୍କୁ ବୀମା ଚୁକ୍ତି ସ୍ୱାକ୍ଷର କରିବାରେ ପ୍ରରୋଚିତ କରିଥାନ୍ତି |

ସାଧାରଣଭାବେ, ଜଣେ ସାଧାରଣ ବୀମା ଏଜେଣ୍ଟ ଗ୍ରାହକ ଦ୍ୱାରା ପ୍ରଥମ ବର୍ଷ ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକରେ ପ୍ରଦତ୍ତ ଅର୍ଥର(ପ୍ରିମିୟମ ହିସାବରେ ପରିଚିତ) 10% ପାଇଥାନ୍ତି

ଆସନ୍ତୁ ଏକ ଉଦାହରଣ ଦେଖିବା:-

ରାମ - ଜଣେ ବୀମା ଏଜେଣ୍ଟ ଯିଏ ବାହନ ପଲିସି ବିକ୍ରୟ କରନ୍ତି ଯାହା ପୁରା ବର୍ଷକ ପାଇଁ ଗ୍ରାହକର ବାହନକୁ କଭର କରେ | ରାମର ବୀମା କମ୍ପାନୀ ବାହନ ବୀମା ଉପରେ 10% କମିଶନ ଦେଇଥାଏ, ଯାହାର ଅର୍ଥ ବିକ୍ରୟ ଏଜେଣ୍ଟ ପ୍ରଥମ ବର୍ଷର ପ୍ରିମିୟମର 10% ଏବଂ ଭବିଷ୍ୟତର ପୂନର୍ବନିକରଣ ପ୍ରିମିୟମ ଉପରେ 10% ପାଇଥାନ୍ତି |

ଗ୍ରାହକ ପାଇଁ ପ୍ରତି ବର୍ଷକୁ ପଲିସି ମୂଲ୍ୟ 10,000 ଟଙ୍କା ପଡୁଛି | ତେଣୁ, ରାମ ପ୍ରଥମ ବର୍ଷ, ଏହି ବାହନ ବୀମା ପଲିସି ବିକ୍ରୟର କମିଶନ ହିସାବରେ 1000ଟଙ୍କା ପାଇବ(10,000x 10%) | ପରବର୍ତ୍ତୀ ବର୍ଷଗୁଡ଼ିକରେ, ରାମ ପୂନର୍ନବିକରଣରେ ସେହି 10% ପାଇବ ଯେତେଦିନ ପର୍ଯ୍ୟନ୍ତ ଗ୍ରାହକ ତାଙ୍କର ପ୍ରିମିୟମ ପୈଠ କରିଚାଲିଥିବେ |  ରାମ ଏହି ସ୍ଥରରେ ସପ୍ତାହକୁ ଗୋଟିଏ ବା ଦୁଇଟି ପଲିସି ବିକ୍ରୟ କରିବା ଦ୍ୱାରା ଜଣେ ଏଜେଣ୍ଟ ହିସାବରେ ତାର ପ୍ରଥମ ବର୍ଷରେ 50,000 ଟଙ୍କାରୁ 100,000 ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରିବାରିବ |


Download Motor Policy

Feedback